|
logo
Live

Argus News - ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ

Odisha

ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ

Jitendra Dash
Browse all articles by Jitendra Dash
·2 years ago·2 min read
ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ

ଇତିହାସ ରଚୁଛି ଭୁବନେଶ୍ବର ଏମ୍ସ 
ଅନ୍ୟ ଜଣଙ୍କ ଚର୍ମ ଦେଲା ନୂଆ ଜୀବନ
ଆଶା ଛାଡ଼ିଦେଇଥିଲେ ପରିବାର
ଡାକ୍ତର କହିଥିଲେ ବଞ୍ଚେଇପାରିବୁନି 
ଆଲୋଗ୍ରାଫ୍ଟ ଚିକିତ୍ସା ପଦ୍ଧତିରେ ନୂଆ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ 
 

ଅର୍ଗସ ବ୍ୟୁରୋ : ସଫଳତାର କହାଣୀ ସୃଷ୍ଟି କରୁଛି ପୂର୍ବ ଭାରତ ପ୍ରଥମ ବର୍ଣ୍ଣ ସେଣ୍ଟର । ଭୁବନେଶ୍ବର ଏମ୍ସ  ଚିକିତ୍ସାର ପଦ୍ଧତିକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା । ଆଲୋଗ୍ରାଫ୍ଟ ଚିକିତ୍ସା ଜରିଆରେ ଦୁଇ କୋମଳମତି ଶିଶୁ ପାଇଲେ ପାଇଲେ ନୂଆ ଜୀବନ । ନିକଟରେ ବିଦ୍ୟୁତ ଆଘାତରେ ଶରୀରର ୭୦ ଭାଗ ପୋଡ଼ି ହୋଇଯାଇଥିବା ଦୁଇ କୋମଳମତି ଶିଶୁଙ୍କୁ ଏହି ଚିକିତ୍ସା ପଦ୍ଧତିରେ ନୂଆ ଜୀବନ ଦେଇଛି ଏମ୍ସ ଭୁବନେଶ୍ୱର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର କେଶୁରାର ୬ ବର୍ଷିୟା ଶ୍ରାବଣୀ ମଲ୍ଲିକ । ଜୁନ୍ ୯ରେ ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟରେ ହାତ ଲାଗିଯିବାରୁ ଦୁଇ ହାତ ସହ ପୂରା ପେଟ ପୋଡ଼ିଯାଇଥିଲା । ପରିବାର ଲୋକେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ କଟକ ବଡ଼ ମେଡିକାଲ ଯାଇ ନିରାଶ ହୋଇଥିଲେ । ଡାକ୍ତର କହିଲେ ଉଭୟ ହାତ କାଟିଲେ ବି ଝିଅକୁ ବଞ୍ଚେଇବା ଅସମ୍ଭବ । ଶେଷ ଆଶା ନେଇ ପହଞ୍ଚିଥିଲେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ସେଣ୍ଟରରେ । ଅନ୍ୟଜଣେ ହେଲେ ପୁରୀର ୭ ବର୍ଷୀୟ ସୂର୍ଯ୍ୟକାନ୍ତ । ବିଜୁଳି ସଂସ୍ପର୍ଶରେ ଆସିବା ପରେ ମୁହଁକୁ ଛାଡ଼ି ପୂରା ଶରୀର ଜଳିଯାଇଥିଲା । ପୁରୀ ବଡ଼ ମେଡିକାଲ ଡାକ୍ତର ହାତ ଟେକି ଦେବାପରେ ଭଗବାନଙ୍କୁ ଭରସା ରଖି ଏମ୍ସ ଆସିଥିଲେ ପରିବାର ଲୋକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁଇ ଶିଶୁଙ୍କୁ ବଞ୍ଚାଇବା ଲାଗି ସ୍କିନ୍ ଆଲୋଗ୍ରାଫ୍ଟ ଏକମାତ୍ର ବିକଳ୍ପ ଥିଲା ବୋଲି କହିଥିଲେ ଏମ୍ସର ଡ଼ାକ୍ତର । କିନ୍ତୁ ଭୁବନେଶ୍ୱର ଏମସରେ ସ୍କିନ୍ ବ୍ୟାଙ୍କ ନଥିବାରୁ ଏ ଆଶା ବି ଫିକା ପଡ଼ିଥିଲା । କିନ୍ତୁ ସୌଭାଗ୍ୟର କଥା ସେହି ସମୟରେ ଅନ୍ୟ ଜଣେ ରୋଗୀର ଚିକିତ୍ସା ଲାଗି ମୁମ୍ବାଇରୁ ଆସିଥିଲା ଏକ ସ୍କିନ୍ । ସଂପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ପରିବାର ଲୋକେ ଏହି ସ୍କିନକୁ ବର୍ଣ୍ଣ ସେଣ୍ଟରକୁ ଦାନ କରିଦେଇଥିଲେ । ଯାହାକି ଉଭୟ ଶିଶୁଙ୍କ ଜୀବନ ବଞ୍ଚାଇବାରେ ନେଇଥିଲା ପ୍ରମୁଖ ଭୂମିକା ।

ଯଦିଓ ଶ୍ରାବଣୀଙ୍କ ଦୁଇହାତ କାଟିବାକୁ ପଡିଥିଲା ଏବେ ଉଭୟ ଶିଶୁ ସୁସ୍ଥ ହୋଇଗଲେଣି ବୋଲି କହିଛନ୍ତି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ପୂର୍ବରୁ ଏମ୍ସରେ କେବଳ ଅଟୋଗ୍ରାଫ୍ଟ ବା ରୋଗୀର ନିଜ ଶରୀରରୁ ସ୍କିନ ନେଇ ସଫଳ ଚର୍ମ ପ୍ରତ୍ୟାରୋପଣ କରାଯାଉଥିଲା । ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁ ପ୍ରଥମ ଥର ଲାଗି ଆଲୋଗ୍ରାଫ୍ଟ ଜରିଆରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦିଆଯାଇପାରିଛି ।


   

Sponsored
ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ | Argus English