|
logo
Live

Argus News - ଦୁଇମାସ ପରେ ନିଖୋଜ ନାବାଳକର ହାଡ଼ କଙ୍କାଳ ଜଳପ୍ରପାତ ନିକଟରୁ ଜବତ

Odisha

ଦୁଇମାସ ପରେ ନିଖୋଜ ନାବାଳକର ହାଡ଼ କଙ୍କାଳ ଜଳପ୍ରପାତ ନିକଟରୁ ଜବତ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇମାସ ପରେ ନିଖୋଜ ନାବାଳକର ହାଡ଼ କଙ୍କାଳ ଜଳପ୍ରପାତ ନିକଟରୁ ଜବତ

ଅର୍ଗସ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଜଳପ୍ରପାତ ଉର୍ମାଗାଡ଼ରେ ଖସିଯାଇ ନିଖୋଜ ଥିବା ଛାତ୍ର ରାଖାଲ ବେହେରାଙ୍କ ଗଳିତ ଶବ ସହ ଶରୀରର ହାଡ଼ କଙ୍କାଳ ଜଳପ୍ରପାତ  ମଧ୍ୟରୁ ଉଦ୍ଧାର । କିଛି ଲୋକ ଜଳପ୍ରପାତ ନିକଟକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏକ ପଥର ଖୋଲ ଭିତରେ କିଛି ହାଡ଼ ଓ ମୁଣ୍ଡର ଖପୁରି ଥିବା ଦେଖିବାକୁ ପାଇଥିଲେ I ପରେ ଘଟଣା ବିଷୟରେ ଜଣାଇବା ପରେ ଗୋଛାପଡା ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ନାବାଳକଙ୍କ ଖଣ୍ଡ ବିଖଣ୍ଡିତ ହାଡ଼ କଙ୍କାଳକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଗତ ଅକ୍ଟୋବର ୮ ତାରିଖରେ କଟ୍ରିଙ୍ଗିଆ ଗାଁର ଲିଙ୍ଗା ବେହେରାଙ୍କ ପୁଅ ରାଖାଲ ବେହେରା ତାଙ୍କର କିଛି ସାଙ୍ଗଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ବୁଲାବୁଲି କରିବା ସମୟରେ ହଠାତ ଅସାବଧାନତା ଯୋଗୁ ରାଖାଲଙ୍କର ଗୋଡ଼ ଖସି ଯିବାରୁ ଜଳପ୍ରପାତରେ ବୁଡି ଯାଇନିଖୋଜ ହୋଇଯାଇଥିଲେ । ଘଟଣାକୁ ନେଇ ମୃତ ରାଖାଲଙ୍କ ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଯୁବକଙ୍କୁ ଖୋଜିବା ପାଇଁ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଜଳପ୍ରପାତର ଉପରମୁଣ୍ଡରେ ଏକ ମାଟି ବନ୍ଧ ମଧ୍ୟ୍ୟ ବନ୍ଧା ଯାଇଥିଲା। ରବିବାର ଦିନ ଉର୍ମାଗାଡ଼ ଜଳପ୍ରପାତ ନିକଟରେ ଥିବା କାଣିବାଲି ଗାଁର କିଛି ଲୋକ ଜଳପ୍ରପାତର ତଳିଆ ଅଞ୍ଚଳକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏକ ପଥର ଖୋଲ ଭିତରେ କିଛି ହାଡ଼ ଓ ମୁଣ୍ଡର ଖପୁରି ଥିବା ଦେଖିବାକୁ ପାଇଥିଲେ। ଏହାପରେ ଘଟଣା ବିଷୟରେ ମାଛଧରାଳିମାନେ ମୃତ ନାବାଳକଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କୁ ଜଣାଇଥିଲେ।

Sponsored
ଦୁଇମାସ ପରେ ନିଖୋଜ ନାବାଳକର ହାଡ଼ କଙ୍କାଳ ଜଳପ୍ରପାତ ନିକଟରୁ ଜବତ | Argus English