|
logo
Live

Argus News - ପରିବାରର ଦୁଇଜଣ ରୋଗବ୍ୟାଧିରେ ପଡ଼ି କଷ୍ଟ ସହୁଛନ୍ତି

Odisha

ପରିବାରର ଦୁଇଜଣ ରୋଗବ୍ୟାଧିରେ ପଡ଼ି କଷ୍ଟ ସହୁଛନ୍ତି

Ritu Das
Browse all articles by Ritu Das
·2 years ago·2 min read
ପରିବାରର ଦୁଇଜଣ ରୋଗବ୍ୟାଧିରେ ପଡ଼ି କଷ୍ଟ ସହୁଛନ୍ତି

ଅର୍ଗସ ବ୍ୟୁରୋ: ପୁଅ ଦିନେ ରୋଜଗାର କରି ବାପା ମାଆଙ୍କୁ ଖୁସିରେ ରଖିବା ପାଇଁ ଭାବିଥିଲା। ଆଉ ସେ ପୁଅ କଷ୍ଟ କରି ପରିବାର ପ୍ରତିପୋଷଣ ମଧ୍ୟ କରୁଥିଲା କିନ୍ତୁ କିଛି ଦିନ ପରେ ଭାଗ୍ୟ ଯେମିତି ବଦଳିଗଲା। ପରିବାରର ଦୁଇଜଣ ରୋଗବ୍ୟାଧିରେ ପଡ଼ି କଷ୍ଟ ସହୁଛନ୍ତି। ଭଗବାନ ଏତେ କଷ୍ଟ କାହାକୁ ଦିଅନି। 

ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନସ୍ଥ ମହରମପୁର ଗ୍ରାମରେ। ସେ ହେଲେ ପ୍ରଶାନ୍ତ କୁମାର ବେହେରା। ଦିନେ ସେ ଦିଲ୍ଲୀରେ ରହି Yes Bank ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଅଧିକ ରୋଜଗାର ପାଇଁ ସେ ପରେ ଦୁବାଇ ଯାଇ ଏକ ବଡ଼ କମ୍ପାନୀରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିଥିଲେ। ସେହିପରି ବାପା ଦିନେ ତିହିଡି ହାଇସ୍କୁଲ ଆଗରେ ଚାଓମିଁନ ଦୋକାନ କରିଥିଲେ. ସେଥିରୁ ମଧ୍ୟ ଯାହା ରୋଜଗାର ହେଉଥିଲା ସେଥିରେ ତାଙ୍କ ପରିବାର ବେଶ ଖୁସିରେ ଚଳି ଯାଉଥିଲା। ହେଲେ ଏହି ପରିବାର ଉପରେ କାହାର ନଜର ଯେମିତି ପଡ଼ିଲା। ପୁଅ ଦୁବାଇରୁ ମୁଣ୍ଡ ଖରାପ ହେବାରୁ ମେଡିକାଲରେ ଭର୍ତ୍ତି ହୋଇ ଭୁବେନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ହେଲେ ମେଡିକାଲ କର୍ତ୍ତୃପକ୍ଷ ଘରକୁ ନେଇଯିବା ପାଇଁ କହିଥିଲେ। 

ଏବେ ଦେଢ଼ ବର୍ଷ ହେବ ଘରେ ବିଛଣା ରେ ପଡ଼ି ରହିଛନ୍ତି ପୁଅ। ପୁଅର ଏପରି ଅବସ୍ଥା ଦେଖି ବାପାଙ୍କୁ  ତାଙ୍କର ପାରାଲାଇଜ ହେଲା। ଏହାପରେ ସେ  ଚାଲିବା ଶକ୍ତି ହରେଇ ବସିଲେ। ଘରେ ଦୁଇ ଜଣ ରୋଜଗାର କରୁଥିବା ଲୋକ ପଡିଯିବା ଫଳରେ ଘରେ ଯାହା ଥିଲା ଜମିବାଡ଼ି ବିକ୍ରି କରି ଉଭୟଙ୍କ ଚିକିତ୍ସା କରାଇଲେ ପରିବାର ଲୋକେ। ହେଲେ ଏବେ ପରିବାର ଚଳିବା କଷ୍ଟକର ହୋଇପଡିଛି। ଏମିତିକି ପୁଅ ପ୍ରଶାନ୍ତ ଙ୍କୁ ଖୁଆଇବା, ସହ ତାଙ୍କର ନିତ୍ୟକର୍ମ କରାଉଛନ୍ତି ତାଙ୍କ ମାଆ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ପ୍ରଶାନ୍ତଙ୍କର ଜଣେ ଭଉଣୀ ଅଛନ୍ତି। ଯାହାର ମାନସିକ ସ୍ଥିତି ଠିକ ନାହିଁ। ପ୍ରଶାନ୍ତଙ୍କର ପତ୍ନୀ ଏବଂ ଏକ 8 ବର୍ଷର କୁନି ଝିଅ ଅଛି। ଏପରି ସ୍ଥଳେ ସରକାରୀ ସହାୟତା କିଛି ନାହିଁ। କେବଳ ରାଶନ ସାମଗ୍ରୀ ପାଉଛନ୍ତି। ତାହା ପୁଣି ସମୁଦ୍ରଙ୍କୁ ଶଙ୍ଖେ। ପରିବାର ଚଳିବା ଦିନକୁ ଦିନ ବହୁତ କଷ୍ଟ ହୋଇପଡିଛି। ପ୍ରଶାନ୍ତ ବେଡରେ ପଡ଼ି ଉଠିବାକୁ ଚାହିଁଥିଲେ ମଧ୍ୟ ଅର୍ଥ ନ ଥିବାରୁ ସେ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇ ପାରୁନାହାନ୍ତି। ଫଳରେ ଏପରି ସ୍ଥିତି ତାଙ୍କ ପରିବାରକୁ ଦୁଃଖ ଆଣି ଦେଇଛି। ଏପରି ସ୍ଥଳେ ତାଙ୍କ ଦୁଃଖ ଦେଖି ଆଗକୁ ଆସିଛି ଜୀବନ ଜ୍ୟୋତି ସଂଗଠନ। ବିଛଣାରେ ପଡ଼ିଥିବା ପ୍ରଶାନ୍ତଙ୍କୁ ଏମ୍ସ ନେଇ ତାଙ୍କର ଉନ୍ନତ ଚିକିତ୍ସା କରିବାର ଭରସା ଦେଇଛି ସଂଗଠନ।  ହେଲେ ଯେଉଁଠି କୋଟି କୋଟି ଟଙ୍କାର ବ୍ୟାନର ଲାଗୁଛି ବହୁତ ସାରା ଯୋଜନା ଉଙ୍କି ମାରୁଛି ହେଲେ କଣ ଏହି ପରିବାର ପ୍ରତି କାହାରି ନଜର ପଡିଲାନି ନା ମାନବିକତା ହଜିଯାଇଛି ବୋଲି କହିଛନ୍ତି। ତେବେ ଏହି ଦୁଃଖୀ ପରିବାରକୁ କେହି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ପରିବାରର ଦୁଇଜଣ ରୋଗବ୍ୟାଧିରେ ପଡ଼ି କଷ୍ଟ ସହୁଛନ୍ତି | Argus English