ଅଜଣା ଗାଡି ଧକ୍କାରେ ଗଲା ଦୁଇ ଜୀବନ
·2 years ago

ମୟୂରଭଞ୍ଜ: ଅଜଣା ଗାଡି ଧକ୍କାରେ ଗଲା ଦୁଇ ଜୀବନ । ମୟୂରଭଞ୍ଜ ଜିଲ୍ଲା ଶିଳାଘାଟି ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖୁଣ୍ଟା ପଟୁ ଏକ ବାଇକ ଯୋଗେ ଶିଳଘାଟୀ ଗାଁ ଅଭିମୁଖେ ଯାଉଥିବାବେଳେ ଘଟିଥିଲା ଅଘଟଣ । ଅଜଣା ଗାଡି ଧକ୍କାରେ ବାଇକରେ ଥିବା ୩ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ । ଖବର ପାଇ ଖୁଣ୍ଟା ଥାନା ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ PRM ମେଡିକାଲ୍ ସ୍ଥାନାନ୍ତର ହୋଇଛନ୍ତି । ମୃତକ ଶିଳଘାଟୀ ଗାଁର ଛୋଟରାୟ ସିଂ, ତପନ ମୁର୍ମୁ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: