ଦୀପାବଳିରେ ବାଣ ପଡି ଜଳିଗଲା ଗୁହାଳ, 2 ଗାଈ ମୃତ
·2 years ago

କଟକ: ଦୀପାବଳିରେ ଅଘଟଣ । ବାଣ ଲାଗି ଜଳିଗଲା ଗୁହାଳ । ଫଳରେ 2ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଆଉ 2 ଜଣ ପୋଡ଼ି ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତ ପାରିବାସୁଦେଇପୁର ଗାଁର କୁନିଆ ମଲ୍ଲିକଙ୍କ ଗୁହାଳରେ ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଆକାଶରୁ ବାଣ ନିଆଁ ଖସି ଗୁହାଳରେ ପଡି ନିଆଁ ଲାଗିଛି । ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଆରଆଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଈ ପାଳନ କରି ଚଳୁଥିବା କୁନିଆ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: