କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ସଦର ଥାନା ନଟକଟା ଗ୍ରାମରେ ଅଘଟଣ ଘଟିଛି। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଭାଇ ହେଲେ ୫ ବର୍ଷୀୟ ସଞ୍ଜିତ ପ୍ରଧାନ ଓ ୪ ବର୍ଷୀୟ ରଞ୍ଜିତ ପ୍ରଧାନ। ଗତକାଲି ବାପା ମା ଓ ବଡ଼ ଭାଇ ଧାନ କାଟିବାକୁ ଯାଇଥିବା ବେଳେ ଦୁଇ ଭାଇ ଖେଳିବା ପାଇଁ ଯାଇଥିଲେ। ଘରକୁ ପିଲାମାନେ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।
ଆଜି ସକାଳୁ ଦୁଇ ଭାଇଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: