Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର୍ ସହ ୨ଟି ୧୨ଚକିଆ ଟ୍ରକ

Odisha

ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର୍ ସହ ୨ଟି ୧୨ଚକିଆ ଟ୍ରକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର୍ ସହ ୨ଟି ୧୨ଚକିଆ ଟ୍ରକ

ଅର୍ଗସ ବ୍ୟୁରୋ :  ହୁତୁହୁତୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ୧୨ଚକିଆ ଟ୍ରକ। ଏଭଳି ଘଟଣା ଘଟିଛି ପାରାଦୀପ ଲକଥାନା ଅଧିନ ପିପିଏଲ୍ ଛକ ନିକଟରେ। ବିଳମ୍ବିତ ରାତ୍ରିରେ କୌଣସି କାରଣ ବସତଃ ପିପିଏଲ୍ ଛକ ନିକଟ ଗ୍ୟାରେଜରେ ଥିବା କଣ୍ଟେନର୍ ରେ ନିଆଁ ଲାଗି ପାଖରେ ଥିବା ଦୁଇଟି ବାର ଚକିଆ ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦୀପ ଅଗ୍ନିଶମ ବିଭାଗର ୬ଟି ଦମକଳ ଆସି ନିଆଁକୁ ଆୟତ୍ତ କରିବା  ପାଇଁ ଲାଗି ପଡିଥିଲେ। ଏଭଳି ଅଗ୍ନି କାଣ୍ଡ ଘଟିଥିଲା ଯେ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀ କୁ  ନାକେ ଦମ୍ ହେବାକୁ ପଡିଥିଲା।

ଅଧିକ ପଢନ୍ତୁ ଓଡିଶା ଖବର

କୁହା ଯାଉଛି ଦୀର୍ଘଦିନ ହେବ ସେହି କଣ୍ଟେନର୍ ମଧ୍ୟରେ ଚୋରା ତେଲ ଗଛିତ ରଖା ଯାଉଥିଲା।ଏହି ଅଗ୍ନିକାଣ୍ଡ ପରେ ଚୋରା ତେଲ କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଛି। ତେବେ ଅଗ୍ନିଶମ ବିଭାଗର  ଦୀର୍ଘ ୩ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଛି। ଖବର ପାଇ ଲକ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗ୍ୟାରେଜ ରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two 12-wheeler trucks with containers got burnt | Argus English