ଆମ ରାଜ୍ୟରେ ଚାକିରି ନାହିଁ : ବିଶ୍ୱେଶ୍ୱର ନାୟକ

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ଜଣ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଗତ ମାସ ୨୮ ତାରିଖରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ୪୧ ଜଣ ଶ୍ରମିକ । ଏହି ୧୭ ଦିନ ପର୍ଯ୍ୟନ୍ତ ଶ୍ରମିକମାନେ ମୁଢ଼ି ଖାଇ, ବିନା ସୂର୍ଯ୍ୟାଲୋକରେ ଯେ କେମିତି କାଟିଥିଲେ ତାହା ଶୁଣିବା ବେଳକୁ ଦେହରେ ସତେ ଯେମିତି ଶିହରଣ ଖେଳିଯାଇଥିଲା । ଏହି ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ରହିଥିଲେ ।
୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାରେ ଆଜି ପହଞ୍ଚିଛନ୍ତି । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ୱେର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ ନାମକ ଜଣେ ଶ୍ରମିକ ଆସି ନାହାଁନ୍ତି । ସେ ତାଙ୍କ ନିଜ ଭାଇ ସହ ପରେ ଆସି ପହଞ୍ଚିବା ସୂଚନା ମିଳିଛି । ୪ ଜଣ ଶ୍ରମିକଙ୍କ ମଧ୍ୟରେ ରହିଥିଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ । ନାୟକ ଓଡ଼ିଶାରେ ପହଞ୍ଚିବା ପରେ କହିଥିଲେ ଥିଲେ ସେ ସମୟର କରୁଣ କାହାଣୀ । କେମିତି କଟିଥିଲା ଅନ୍ଧାରୀ ଟନେଲରେ ତାଙ୍କ ସମୟ ।
📱 Get Argus News App
✨ସେ କହିଛନ୍ତି ଆମ ଓଡ଼ିଶାରେ ଚାକିରି ନାହିଁ । ଆମକୁ ବାହର ରାଜ୍ୟକୁ ଯିବାକୁ ପଡ଼ିବ ଏବଂ ଆମ ପରିବାରର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ । ଆମ ସରକାର କେବେଳ ସବୁ ବେଳେ ମିଛ କଥା କହି, ମିଛ ଚାକିରି ଦେବା କହି ଆମ ମାନଙ୍କୁ ଭୁଆଁ ବୁଲାଉଛି । ଆମେ ବିଦେଶରେ ମଲୁକି ବଞ୍ଚୁଲୁ ଆମ ସରକାରର କିଛି ଫରକ ନାହିଁ । ଆଜି ଆମେ ଆଉ ଥରେ ନୂଆ ଜୀବନ ପାଇଲୁ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୨୦ବର୍ଷ କାମ କଲା ଭିତରେ ଛୋଟମଟ ଦୁର୍ଘଟଣା ଘଟେ । ଯାହାକୁ ମତେ ଭୟ ଲାଗେ ନାହିଁ । କିନ୍ତୁ ସେଦିନର ଘଟଣା ପୁରା ଅଲଗା ଥିଲା । ଯାହା ମୋର ସବୁ ଦିନ ପାଇଁ ମନେ ରହିବ । ମୁଁ ସକାଳେ କାମ ସାରି ଫେରିବା ବେଳେ ଦେଖେ ତ ରାସ୍ତା ପୁରା ବନ୍ଦ ହୋଇଯାଇଥିଲା । ତାହା ପୁଣି ୭୦ମିଟରର ଜାମ ହୋଇଥିଲା ।
ଆନ୍ଧାରୀ ଟନେଲ ଭିତରେ ରହିବାର ୧୨ଘଣ୍ଟା ପରେ ଆମେ ୪ଇଞ୍ଚ ପାଇପ ସାହାଯ୍ୟରେ ପ୍ରଥମ ଖାଦ୍ୟ ଖାଇଥିଲୁ । ଆମକୁ ପ୍ରଥମ ଖାଦ୍ୟରେ ମୁଢି, କାଜୁ ଓ କିସମିସି ମିଳୁଥିଲା । ପାଇପ ମଧ୍ୟମରେ ଆମକୁ ପାଣି ମଧ୍ୟ ମିଳୁଥିଲା । ଆମେ ସମସ୍ତ ୪୧ଜଣ ଏକାଠି ହୋଇ ରହୁଥିଲୁ । ସମସ୍ତେ ଭାଇ ପରିକା ହୋଇ ରହୁଥିଲୁ । ଆମେ ମାନେ ଏକାଠି ହୋଇ ଟନେଲ ଭିତରେ ବୁଲାବୁଲି ମଧ୍ୟ କରୁଥିଲୁ ।