ଡାକ୍ତର ନାହାନ୍ତି, ସ୍ଵାସ୍ଥ୍ୟବୀମା ଥାଇ ଲାଭ କଣ ?

Key Points
- ଏଇଠି ଡାକ୍ତର ନାହାନ୍ତି
- ବିଜେଡି କହୁଛି, ଆମେ ଡାକ୍ତର ବଳକା ରାଜ୍ୟ
- ଯଦି ବଳକା ରାଜ୍ୟ
- ତାହାଲେ ଡାକ୍ତର ଅଭାବରୁ ଲୋକ ମରୁଛନ୍ତି କାହିଁକି ?
ଅର୍ଗସ ବ୍ୟୁରୋ: ବିଜେଡି ସରକାର ଏମିତି ମିଛ କହୁଛନ୍ତି ଯେ ଯେମିତି ରୋଇକି ଆଣି ଥୋଇ ଦେବା ପରି । ସବୁଥିରେ ନିଜକୁ ବଳକା ରାଜ୍ୟ କହିବା ତାଙ୍କର ଅଭ୍ୟାସ ହେଲାଣି । ହେଲେ କଣ ହେବ ? ଲୋକମାନେ କଣ ମୁର୍ଖ ଅଛନ୍ତି ଯେ ଶଙ୍ଖ ଦଳର ନେତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନି ନେବେ ? ୨୩ ବର୍ଷର ସ୍ଥିର ସରକାର କେବଳ ଲୋକଙ୍କୁ କେମିତି ଭକୁଆ ବନେଇ ହେବ ସେହି କଥା ଜାଣିଛି । ହେଲେ ସେ କାଳ ପଖାଳ ଆଉ ଅଛି ଯେ ଲୋକ ବିଶ୍ଵାସ କରିବେ ?
କ୍ୟାପିଟାଲ ହସ୍ପିଟାଲରେ ଏବେ ସ୍ଥିତି ସଙ୍ଗୀନ । ରାଜଧାନୀ ଛାତି ଉପରେ ଥିବାରୁ ହଜାର ହଜାର ରୋଗୀ ପ୍ରତିଦିନ ଏହି ମେଡିକାଲକୁ ଚିକିତ୍ସା ଲାଗି ଆସନ୍ତି । ହେଲେ ଦୁର୍ଭାଗ୍ୟର କଥା ଏବେ ମେଡିକାଲରେ ଜରୁରୀକାଳୀନ ବିଭାଗରେ ୩୪ ଡାକ୍ତର ବେଳେ ଅଛନ୍ତି ମାତ୍ର ୧୦ । ଥରେ ଚିନ୍ତା କରନ୍ତୁ ଯେଉଁଠି ବିଜେଡି ସରକାର କହୁଛି ଆମେ ସ୍ଵାସ୍ଥ୍ୟବୀମା କରିଛୁ । ପ୍ରତି ପରିବାରକୁ ମାଗଣାରେ ଚିକିତ୍ସା ସେବା ଯୋଗାଉଛୁ । ଆମର ସ୍ଵାସ୍ଥ୍ୟବୀମା ଏତେ ଭଲ ଯେ କେନ୍ଦ୍ରରେ ଆୟୁଷ୍ମାନ ଯୋଜନା ଆମର ଦରକାର ନାହିଁ । ହେଲେ ସେମାନେ ବୋଧହୁଏ ଭୁଲିଯାଉଛନ୍ତି କି ଡାକ୍ତର ଥିଲେ ସିନା ଚିକିତ୍ସା ହେବ । ଯଦି ଡାକ୍ତର ନଥିବେ ତେବେ ରୋଗୀର ଚିକିତ୍ସା କରିବ କିଏ ?
କଥାରେ ଅଛି ଗୋଟିଏ ମିଛ ଲୁଚାଇବାକୁ ଶହେ ମିଛ କହିବାକୁ ପଡେ । ଠିକ୍ ସେମିତି ବିଜୁ ଜନତା ଦଳ ଭୋଟ ଲାଗି କେବଳ ଓଡ଼ିଆଙ୍କୁ ଭୂଆଁ ବୁଲାଉଥିବାର କଥା ଏବେ ସମସ୍ତେ ଜାଣିସାରିଲେଣି । ଇଏ ଏମିତି ଅପାରଗ ଯେ ପ୍ରତି ମୁହୂର୍ତ୍ତରେ ମିଛ କହିବାକୁ ଯେମିତି ପଣ କରିଛନ୍ତି । ବୋଧହୁଏ ସେଇଥି ଲାଗି ଡାକ୍ତର ପଦବୀ କେମିତି ପୂରଣ ହେବ ସେହି କଥା ଚିନ୍ତା ନକରି କେବଳ ମିଛ ହୋର୍ଡିଂ ଦେଇ ଲୋକଙ୍କୁ ଯାହା ଭାଣ୍ଡିଆ କରୁଛନ୍ତି ।
📱 Get Argus News App
✨