|
logo
Live

Argus News -  ରାଜଧାନୀରେ ଆଦିବାସୀଙ୍କ ରଣହୁଙ୍କାର

Odisha

 ରାଜଧାନୀରେ ଆଦିବାସୀଙ୍କ ରଣହୁଙ୍କାର

Manini Pattanayak
Browse all articles by Manini Pattanayak
·2 years ago·2 min read
 ରାଜଧାନୀରେ ଆଦିବାସୀଙ୍କ ରଣହୁଙ୍କାର

ଭୁବନେଶ୍ୱର:  ରାଜଧାନୀରେ ରାଜ୍ୟ ସରକାରଙ୍କ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋୟର ପିଏମ୍‌ଜିରେ ବିଶାଳ ମହାସମାବେଶ। ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ଦେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ବିରୋଧ। ପେଷା ଆଇନ-1996 ଲାଗୁ କରିବାକୁ ଦାବି  ନିଆରା ଢଙ୍ଗରେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଆଦିବାସୀ ମହାସଂଘ । କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ମାଲକାନଗିରି ଭଳି ବିଭିନ୍ନ ଜିଲ୍ଲାର ହଜାର ହଜାର ଆଦିବାସୀ ଆସି ପହଞ୍ଚିଛନ୍ତି ରାଜଧାନୀରେ । କରିଛନ୍ତି ବିଶାଳ ସମାବେଶ । ଅଭିଯୋଗ କରିଛନ୍ତି, ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ଚକ୍ରାନ୍ତ କରି ଦେଇ ଦେଉଛନ୍ତି । ଏ ନବୀନ ସରକାର ଆଦିବାସୀଙ୍କ ସରକାର ନୁହେଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଶିଳ୍ପ ପ୍ରତିଷ୍ଠା ନାଁରେ ଆଦିବାସୀଙ୍କ ଜମିକୁ ବିକ୍ରି କରି ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ପେସା act  1996 ଲାଗୁ କରିବା ପାଇଁ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଲେ । କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ଏହାକୁ ଲାଗୁ କଲେ ନାହିଁ । ସରକାର ଏହାକୁ ଜାଣିଶୁଣି ଲାଗୁ କରୁନଥିବା ହୋଇଛି ଅଭିଯୋଗ । ଏହା ସହ ସ୍ୱଳ୍ପ ମୂଲ୍ୟ ରେ ହଜାର ହଜାର ହେକ୍ଟର ଜମି କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରି ଯୋଗାଇ  ଦେବା। ଏହା ସହ ସଙ୍ଘ ଯୁକ୍ତି ବାଢ଼ିଛି ଯେ- ଅତୀତ ଇତିହାସ ରୁ ଜଣାଯାଏ ଯେ, ଯେ କୌଣସି ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ହେଲେ ଖଣିଜ ପଦାର୍ଥ ରତ୍ତୋଳନ ହେଲେ କିମ୍ବା ଜଳ ସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ବୃହଦ ନଦୀ ବନ୍ଧ ଯୋଜନା କାର୍ଯ୍ୟକାରୀ ହେଲେ, ଆମ ଆଦିବାସୀ ମାନେ ହଁ ନିଜର ଭିଟାମାଟି ରୁ ବହୁ ସଂଖ୍ୟାରେ ବିସ୍ଥାପିତ ହେଉଛନ୍ତି ।

କିନ୍ତୁ ତାଙ୍କର କ୍ଷତି ପୂରଣ  ମିଳୁ ନାହିଁ। ଆଜି ସମୟ ରେ ଓଡିଶା ସରକାର ଆଦିବାସୀ ମାନଙ୍କ ରୁ ସମ୍ପତ୍ତି ଉପରେ ନଜର ପକାଇ ଆଦିବାସୀ ଙ୍କ ଠାରୁ ଜମି ଛଡେଇ ନେଇ ଆମ ମାନଙ୍କୁ ଦାନ କରି ଆଦିବାସୀ ଙ୍କୁ ଭିକାରି କରିବା ସହିତ ଆଦିବାସୀ ବିହୀନ ରାଜ୍ୟ ଗଠନ କରିବା ପାଇଁ ଚିନ୍ତା କରିଛନ୍ତି ବୋଲି ସଂଘ ପ୍ରତିକ୍ରିୟା ପ୍ରକାଶ କରିଛି। ଆଦିବାସୀଙ୍କୁ ଓଡ଼ିଶା ସରକାର ସବୁବେଳେ ଭୁଆଁ ବୁଲାଉଛନ୍ତି । ସେମାନଙ୍କ ନାଁରେ ଠକେଇ ହେଉଛି । ଆଉ ସବୁ ଜାଣି ବି ନିଦା ବିଷ୍ଣୁ ସାଜିଛନ୍ତି ସରକାର । ଯାହାର ପ୍ରତିବାଦରେ ଏ ବିଶାଳ ସମାବେଶ କରିଛି ଓଡ଼ିଶା ଆଦିବାସୀ ମହାସଂଘ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ରାଜଧାନୀରେ ଆଦିବାସୀଙ୍କ ରଣହୁଙ୍କାର | Argus English