|
logo
Live

Argus News - ଆଦିବାସୀଙ୍କୁ ଭୂମିହୀନ କରିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍

Odisha

ଆଦିବାସୀଙ୍କୁ ଭୂମିହୀନ କରିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍

Jitendra Dash
Browse all articles by Jitendra Dash
·2 years ago·2 min read
ଆଦିବାସୀଙ୍କୁ ଭୂମିହୀନ କରିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍

ଅର୍ଗସ ବ୍ୟୁରୋ : ତାତିଲେ ଆଦିବାସୀ, ତେଜିଲା ବିବାଦ, ହୁଳୁସ୍ତୁଲୁ ହେଲା ବିଧାନସଭା । ବ୍ୟାକ ଫୁଟକୁ ଗଲା ବିଜେଡି ସରକାର । ଆଦିବାସୀ ଭୋଟ ବ୍ୟାଙ୍କ ହାତରୁ ଖସି ଯିବାର ଭୟ ଖାଇ ଗୋଡ଼ାଇଲା । ପରିଶେଷରେ ଆଜି ରାଜ୍ୟ ସରକାର କ୍ୟାବିନେଟ ଡାକି ଚାଲାକିର ସହିତ ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ତର୍ଜମା କରିବା ଲାଗି ଟିଏସି ବା ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ ଦେଇଛନ୍ତି । ତେବେ ୟାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଆମେ ଯେତେବେଳେ ଆଦିବାସୀଙ୍କ ଜମି ବିକ୍ରି ନେଇ ମୁଲତବୀ ପ୍ରସ୍ତାବ ଆଣିଲୁ ସେତେବେଳେ ଆଜି ସକାଳେ କ୍ୟାବିନେଟ ବୈଠକ ଡାକିଥିଲେ । ଅର୍ଥାତ ରାଜ୍ୟ ସରକାର ଯେଉଁ ଛେପ ପକାଇଥିଲେ, ତାହାକୁ ଆଜି ଢ଼ୋକିକି ନେଲେ । 

ଅଧିକ ପଢନ୍ତୁ : ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶକୁ ନେଇ ବଢ଼ିବାରେ ଲାଗିଛି ବିବାଦ

ନବୀନ ସରକାର ଆଦିବାସୀ ବିରୋଧୀ ବୋଲି କହିଛନ୍ତି ମୋହନ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି  କିଛି ଆବଶ୍ୟକତା ନଥିଲା ଅଧିକ ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇବା । କ୍ୟାବିନେଟ ଚାହିଁଥିଲେ ସେହି ନିଷ୍ପତ୍ତି କୁ ପ୍ରତ୍ୟାହାର କରି ପାରି ଥାନ୍ତେ । ଯେହେତୁ ଆଜି ସେହି ପ୍ରସଙ୍ଗ ରେ ମୁଲତବୀ ପ୍ରସ୍ତାବ ଆସିଥିଲା ତେଣୁ ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ କେବଳ ସ୍ଥିତିକୁ ଗୋଳ ମାଳିଆ କରିବାକୁ ଉଦ୍ୟମ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିଜେଡି କହିଛି ଆଦିବାସୀ ଉପଦେଷ୍ଟା ପରିଷଦ ରେ ସବୁ ଦଳର ନେତା ଅଛନ୍ତି ସସେଥିପାଇଁ ଆଲୋଚନା ଲାଗି ଟିଏସି ପଠାଇଛନ୍ତି ରାଜ୍ୟ ସରକାର । କ୍ୟାବିନେଟରେ ବିରୋଧି ମାନଂକ ପାଇଁ କିଛି ସୁବିଧା ନଥିଲା, ତେଣୁ ଟିଏସିକୁ କ୍ୟାବିନେଟ୍ ତର୍ଜମା କରିବାକୁ ଦେଇଛି । ପ୍ରଶ୍ନ କ୍ୟାବିନେଟ ପାରିତ କରିଥିଲା ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କିତ ସଂଶୋଧୀତ ଆଇନ । ସେହି କ୍ୟାବିନେଟ ହିଁ ତାକୁ ପ୍ରତ୍ୟାହାର କରିବା କଥା । କିନ୍ତୁ କ୍ୟାବିନେଟରେ ସଂଶୋଧିତ ଆଇନକୁ ପ୍ରତ୍ୟାହାର ନ କରି ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଇବା ପଛରେ କାରଣ କଣ ? 
 

Sponsored
ଆଦିବାସୀଙ୍କୁ ଭୂମିହୀନ କରିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ | Argus English