ସୁବର୍ଣ୍ଣରେଖା ନଦୀରେ ବୁଡ଼ି ପର୍ଯ୍ୟଟକ ମୃତ
·2 years ago·1 min read

ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବୁଡ଼ି ପର୍ଯ୍ୟଟକ ମୃତ । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ୭୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ମହାବୀର ନାମକ ବସ ଯୋଗେ କଲିକତାର ବିଭିନ୍ନ ସ୍ଥାନରୁ ତୀର୍ଥ ସାରି ଫେରୁଥିବା ବେଳେ ବସ୍ତା ଥାନା ରାଜଘାଟ ବାରୁଣୀ ପଡ଼ିଆରେ ବସ ରଖି ସମସ୍ତ ଯାତ୍ରୀ ସୁବର୍ଣ୍ଣରେଖା ନଦୀରେ ଗାଧେଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପାଣିରେ ବୁଡ଼ିଯାଇଥିଲେ ।
ସ୍ଥାନୀୟ ଲୋକେ ଏବଂ ସାଥି ପର୍ଯ୍ୟଟକ ଯୁବକ ଜଣଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।ମୃତ ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଅଜିତ ଭୋଳ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: