Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା: ୨୫ରୁ ଉର୍ଦ୍ଧ୍ବ ଆହତ , ୨ଗୁରୁତର

Odisha

ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା: ୨୫ରୁ ଉର୍ଦ୍ଧ୍ବ ଆହତ , ୨ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା: ୨୫ରୁ ଉର୍ଦ୍ଧ୍ବ ଆହତ , ୨ଗୁରୁତର

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାହାଗୁଡ଼ି ବ୍ରିଜରେ  ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି  ବ୍ରିଜରୁ ପ୍ରାୟ ୩୦ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।  ୨୫ଅଧିକ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଆହତମାନଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। 

ପଶ୍ଚିମବଙ୍ଗର ଏକ ପିକ୍‌ନିକ ବସ୍‌ ଦାରିଙ୍ଗବାଡ଼ି ଆସିଥିଲା। ବସରେ ପାଖାପାଖି ୪୦ଜଣ ପର୍ଯ୍ୟଟକ ଥିଲେ। ଦାରିଙ୍ଗବାଡ଼ିରେ ପିକନିକ୍‌ ସାରି ସେମାନେ ବ୍ରାହ୍ମଣୀଗାଁ ରାସ୍ତାରେ ଜିରାଙ୍ଗ ଓ ତପ୍ତପାଣି ଅଭିମୁଖେ ଯାଉଥିଲେ। ତେବେ ମାହାଗୁଡ଼ି ଗ୍ରାମ ନିକଟ  ବ୍ରିଜରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି  ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବସ ଦୁର୍ଘଟଣା ଘଟିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣା ପଡ଼ିନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tourist bus | Argus English