Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜନଆକ୍ରୋଶ ଆନ୍ଦୋଳନର ଆଜି ଦ୍ବିତୀୟ ଦିନ ; ଦୁର୍ନୀତି ବିରୋଧରେ ଆଜି ବି ଗର୍ଜିବ ବିଜେପି

Odisha

ଜନଆକ୍ରୋଶ ଆନ୍ଦୋଳନର ଆଜି ଦ୍ବିତୀୟ ଦିନ ; ଦୁର୍ନୀତି ବିରୋଧରେ ଆଜି ବି ଗର୍ଜିବ ବିଜେପି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜନଆକ୍ରୋଶ ଆନ୍ଦୋଳନର ଆଜି ଦ୍ବିତୀୟ ଦିନ ; ଦୁର୍ନୀତି ବିରୋଧରେ ଆଜି ବି ଗର୍ଜିବ ବିଜେପି


ଅର୍ଗସ ବ୍ୟୁରୋ : ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନର ଆଜି ଦ୍ବିତୀୟ ଦିନ । ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ବିରୋଧରେ ଆଜି ବି ଗର୍ଜିବ ଦଳ । ଆବାସଠୁ ପାଇଖାନା, ମନରେଗାରୁ ଭତ୍ତା ସବୁ ଯୋଜନାରେ ହେଉଛି ବ୍ୟାପକ ପିସି କାରବାର । ପଞ୍ଚାୟତ ସିମିତି କାର୍ଯ୍ୟାଳୟ ସବୁ ପାଲଟିଛି ପିସି କାରବାରର ମୁଖ୍ୟକେନ୍ଦ୍ର । ଏହା ବିରୋଧରେ ବିଜେପି ରାଜ୍ୟବ୍ୟାପୀ କରୁଛି ଜନ ଆକ୍ରୋଶ ଆନ୍ଦୋଳନ । 24 ବର୍ଷର ବିଜେଡି ସରକାରର ବିଫଳତା ଓ ଅପାରଗତାର ପୋଲ ଖୋଲିବାକୁ ବିଜେପିର ବଡ଼ ପ୍ଲାନ୍ ।

ଅଧିକ ପଢନ୍ତୁ: ବେକାରୀ ଓ ପିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

14ରୁ 18 ଯାଏ ପ୍ରତି ବ୍ଲକ ଓ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ଦଳ । ଯାହାର ଗତକାଲି ଠାରୁ ସମସ୍ତ ବ୍ଲକରେ ଦେଖିବାକୁ ମିଳିଛି । ଭୁବନେଶ୍ଵରରେ ଜନଆକ୍ରୋଶ ସମାବେଶରେ ବିଏମସି ଘେରିବା ବେଳେ ଦୁର୍ନିତିର ଲମ୍ବା ତାଲିକା ରଖି ବର୍ଷିଥିଲେ ବିଜେପି ନେତା । ଦଳର ଅଭିଯୋଗର ପିଇବା ପାଣିଠାରୁ ନେଇ ପରିମଳ, ରାସ୍ତା ଘାଟ ସମସ୍ୟାରୁ ନେଇ ପୋଲ ସବୁଠି ପୁଳା ପୁଳା ଦୁର୍ନୀତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜନୀତି ଖବର ଆହୁରି ପଢନ୍ତୁ

Sponsored
Today is the second day of BJP's agitation across the state | Argus English