Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟିଟିଲାଗଡ଼ ଜିଲ୍ଲା ଦାବି, ତେଜୁଛି ଅସନ୍ତୋଷ

Odisha

ଟିଟିଲାଗଡ଼ ଜିଲ୍ଲା ଦାବି, ତେଜୁଛି ଅସନ୍ତୋଷ

Ritu Das
Browse all articles by Ritu Das
·2 years ago·1 min read
ଟିଟିଲାଗଡ଼ ଜିଲ୍ଲା ଦାବି, ତେଜୁଛି ଅସନ୍ତୋଷ

ଅର୍ଗସ ବ୍ୟୁରୋ: ରାଜ୍ୟରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ ତଥା ଏନେଇ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ନେଇ ଟିଟିଲାଗଡ଼ ଜିଲ୍ଲା ସଂଗ୍ରାମୀଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି l ଗତ 31 ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ହୋଇଆସୁଛି l ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ଜିଲ୍ଲା କରିବେ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି l 

ହେଲେ ଟିଟିଲାଗଡ଼ ଜିଲ୍ଲା ଗଠନ ନେଇ କୌଣସି ପ୍ରକାର ଅନିଶ୍ଚିତତା ବର୍ତ୍ତମାନ ସରକାରୀ ସ୍ତରରେ ପ୍ରକାଶ ପାଇନାହିଁ l ଏହାକୁ ନେଇ ଆଜି ଆବାହକ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହକ ଆଇନଜୀବୀ ମହେଶ ମହାନ୍ତିଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ମହାବୀର ଧର୍ମଶାଳା ଠାରେ ଆଲୋଚନା ବିମର୍ଶ ହୋଇଥିଲା l  ବୈଠକରେ ଆସନ୍ତା 27ରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ନିଷ୍ପତ୍ତି ହୋଇଛି l ଏହା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି l ଆବଶ୍ୟକତା ପଡିଲେ ହାଇକୋର୍ଟରେ ଜିଲ୍ଲା ଦାବି ନେଇ ପକ୍ଷଭୁକ୍ତ ହେବା ପାଇଁ ସ୍ଥିର ହେଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Titilagarh district | Argus English