|
logo
Live

Argus News - ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ

Odisha

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ

Smruti Parija
Browse all articles by Smruti Parija
·2 years ago·1 min read
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ । କଟକ ବିବାହ ପଞ୍ଜିକରଣ ଅଧିକାରୀ କଲେ ଖାରଜ । ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ କରିଥିବା ଆବେଦନକୁ ଭୂଲ୍ ଦର୍ଶାଇ ଏହି ଆବେଦନକୁ ଖାରଜ କରିଛନ୍ତି ବିବାହ ପଞ୍ଜିକରଣ ଅଧିକାରୀ । 

ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ

ତ୍ରୁଟି ସୁଧାରି ଆଉ ଥରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ବିଜୟ ଶଙ୍କର ଦାସ । ହେଲେ ବିଜୟ ଶଙ୍କର କରିଥିବା ଆବେଦନ ଉପରେ ଆପତ୍ତି ଉଠେଇ ଆପତ୍ତି ପିଟିସନ ଦାଖଲ କରିଥିଲେ ତାଙ୍କର ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । ପ୍ରତ୍ୟୁଷା ବିବାହିତା ଥିବାବେଳେ ସେ କିପରି ନିଜକୁ ଅବିବାହିତା ଦର୍ଶାଇ ଏହି ଆବେଦନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସୋମାଲିକା । ଏହାପରେ ପୁରା ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ | Argus English