Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୋରୁ ଭୋରୁ ଓଲଟିଲା ବାଲି ବୋଝେଇ ଟିପର୍ , ଶ୍ରମିକ ମୃତ

Odisha

ଭୋରୁ ଭୋରୁ ଓଲଟିଲା ବାଲି ବୋଝେଇ ଟିପର୍ , ଶ୍ରମିକ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ଭୋରୁ ଭୋରୁ ଓଲଟିଲା ବାଲି ବୋଝେଇ ଟିପର୍ , ଶ୍ରମିକ ମୃତ

ଗଜପତି:  ଭୋରୁ ଭୋରୁ ଓଲଟିଲା ବାଲି ବୋଝେଇ ଟିପର୍ । ଘାଟି ଉପରକୁ ଉଠୁଥିବାବେଳେ ଉଠି ନପାରି ପଛକୁ ଖସି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ଫଳରେ ଗାଡ଼ିରେ ବସିଥିବା ଏକ ଶ୍ରମିକ ଉପରେ ମାଡି ଯାଇଥିବାରୁ ଘଟଣାସ୍ଥଳରେ ହିଁ ଶ୍ରମିକ ଜଣକର ମୃତ୍ୟୁ ହୋଇଛି । 

ମୃତକ ଜଣକ ହେଲେ ମୋହନା  ଥାନା ଚନ୍ଦ୍ରଗିରି ଗ୍ରାମ ରାଉତ ସାହିର ମିଟୁ ମହାକୁଡ଼ । ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଜରଉ ଝୁଲା ସାହି ନିକଟ ଘାଟିରେ । ଗାଡ଼ିର ଡ୍ରାଇଭର ଓ ହେଲ୍ପର ଗାଡିରୁ ଡେଇଁ ପଡ଼ିଥିବାବେଳେ ଗାଡ଼ି ତଳେ ଚାପି ହୋଇ ଶ୍ରମିକ ଜଣକ ରହି ଯାଇଥିଲେ । ସ୍ଥାନୀୟ ଲୋକ ମୃତଦେହକୁ ଗାଡ଼ି ତଳୁ ବାହାର କରିବା ସହ ମୋହନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋହନା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଯୁବତୀଙ୍କ ଜୀବନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tipper loaded with sand overturned early in the morning, worker dead | Argus English