Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶିମିଳିପାଳରେ ବାଘ ଫାଇଟ୍

Odisha

ଶିମିଳିପାଳରେ ବାଘ ଫାଇଟ୍

Smruti Parija
Browse all articles by Smruti Parija
·2 years ago·1 min read
ଶିମିଳିପାଳରେ ବାଘ ଫାଇଟ୍

ଅର୍ଗସ ବ୍ୟୁରୋ:  ଶିମିଳିପାଳରେ ବାଘ ଫାଇଟ୍ । ଶିମିଳିପାଳରେ ଦୁଇ ମହାବଳ ବାଘ ମଧ୍ୟରେ ଫାଇଟ୍ ହୋଇଛି । ୨ ବାଘଙ୍କ ମଧ୍ୟରେ ଫାଇଟ୍‌ ହୋଇଥିବା ଅଭୟାରଣ୍ୟ ପକ୍ଷରୁ ସୂଚନା ରହିଛି । ଅଞ୍ଚଳ ଦଖଲ ପାଇଁ ୨ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ । ଲଢ଼େଇରେ ଜିତିଥିବା ବାଘ ମଥାରେ କଳା ଚିହ୍ନ ଥିବା କହିଲେ କର୍ତ୍ତୃପକ୍ଷ । ଏହାସହ ଲଢ଼େଇରେ ଜିତିଥିବା ବାଘର ଫଟୋ ପୋଷ୍ଟ କଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ।

 ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ ହୋଇଥିବା  ଭିଡିଓ ଓ ଫଟୋ ଏକ୍ସରେ ଶେୟାର କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ଏହାକୁ ଶେୟାର କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବାଘ  ଟି୩୫ ଓ ଟି୩୧ ପ୍ରଜାତିର ପୁରୁଷ ବାଘ ଦୁହେଁ ମୁହାଁମୁହିଁ ହୋଇଛନ୍ତି। ବାଘ ନିଜ ଅଞ୍ଚଳରେ ନିଜର ଆଧିପତ୍ୟ ଅଧିକାରକୁ ସାବ୍ୟସ୍ତ କରିବାନେଇ ଏଭଳି ଲଢେଇ ପ୍ରାୟତଃ ହୁଏ ବୋଲି ଡଃ ଗୋଗିନେନୀ ପ୍ରକାଶ କରିଛନ୍ତି।

ଲଢେଇରେ ମୁଣ୍ଡରେ କଳା ଚିହ୍ନ ଥିବା ମହାବଳର ବିଜୟ ହୋଇଛି ବୋଲି ଜଣାପଡିଛି। ଆଉ ଏଭଳି ଦୃଶ୍ୟ ଦେଶରେ ବେଶ ନିଆରା ଅଟେ। ଯାହାକି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପାଟ୍ରୋଲିଂ ବେଳେ ସମ୍ମୁଖକୁ ଆସିଥିବା ବେଳେ କର୍ମଚାରୀ ଏହାକୁ ଭିଡିଓରେ କଏଦ କରିଛନ୍ତି। ଅନ୍ୟପଟେ ରାଜ୍ୟ ମୂଖ୍ୟ ବନ୍ୟପ୍ରାଣୀ ଅଧିକାରୀ (pccf) ସୁଶାନ୍ତ ନନ୍ଦ ମଧ୍ୟ ଶିମିଳିପାଳର ଏହି ବିରଳ ଦୃଶ୍ୟକୁ ନେଇ ଏକ୍ସରେ ମନ୍ତବ୍ୟ ରଖିଛନ୍ତି । ନୂତନ ଘର ସନ୍ଧାନରେ ଶିମିଳିପାଳର ପୁରୁଷ ବାଘ ବୋଲି କହିଥିବା ବେଳେ ଏହା ବିରଳ ଫଟୋ ବୋଲି କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

 

Painting
Sponsored
tiger-fight-in-similipal | Argus English