Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘୋ.. ଘୋ.. ପବନ ବହିବ, ପ୍ରବଳ ବର୍ଷିବ

Odisha

ଘୋ.. ଘୋ.. ପବନ ବହିବ, ପ୍ରବଳ ବର୍ଷିବ

Manini Pattanayak
Browse all articles by Manini Pattanayak
·2 years ago·1 min read
ଘୋ.. ଘୋ.. ପବନ ବହିବ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଏଥର ଅକ୍ଚୋବର ନୁହେଁ ବରଂ ନଭେମ୍ବରରେ ଆସିଲା ବାତ୍ୟା । ଆଉ ବାତ୍ୟାର ନାଁ ଶୁଣିଲେ ଉପକୂଳ ଲୋକ ଛାନିଆ ହୁଅନ୍ତି । କାରଣ ପ୍ରତିବର୍ଷ ଓଡ଼ିଶା ଉପକୂଳରେ କେମିତି ବାତ୍ୟା ମାଡ ହୁଏ ସେକଥା କାହାକୁ ଅଛପା ନାହିଁ । ସେଇଥି ଲାଗି ତ ପୂର୍ବ ଆକାଶେ ମେଘ ଘୋଟିଲେ ଲୋକଙ୍କ ଛାତି ଥରେ । କେମିତି ସୁରକ୍ଷିତ ସ୍ଥାନକୁ ପଳାଇବେ ସେନେଇ ଆରମ୍ଭ ହୁଏ ବଡ଼ ପ୍ରୟାସ । ଆଉ ଏତିକିବେଳେ ପାଣିପାଗ ଯେଉଁ ଖବର ଦେଲା ତାହାକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ହେଲେ ଆଶ୍ଵସ୍ତିର କଥା ଏଥର ବାତ୍ୟା ଓଡ଼ିଶା ଉପକୂଳରେ ନୁହେଁ ବରଂ ମାଡ ହେବ ବାଙ୍ଗ୍ଲାଦେଶରେ । ଗଭୀର ଅବପାତର ରୂପ ନେଇସାରିଛି ଲଘୁଚାପ।  ଆସନ୍ତା କାଲି ନେଇପାରେ ବାତ୍ୟାର ରୂପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ  ଗଭୀର ଅବପାତର ରୂପ ନେଇଛି ଲଘୁଚାପ।

ଏହା  ୧୮ କି.ମି ବେଗରେ ଊତ୍ତର-ଉତ୍ତରପୂର୍ବ ଦିଗକୁ  ଗତି କରୁଛି।  ୧୮ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା ମଧ୍ୟରେ ଅତିକ୍ରମ କରିବ । ଊତ୍ତର-ଉତ୍ତରପୂର୍ବ ଦିଗକୁ   ମୁହାଁଉ ଥିବାରୁ  ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ।  ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ।  ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ   ଜାରି କରାଯାଇଛି ।ସମୁଦ୍ର ଭିତରେ ପବନର ବେଗ ବଢୁଥିବାରୁ   18 ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ  ଯିବାକୁ  ବାରଣ   କରାଯାଇଛି।   ତେବେ ଆଗାମୀ  ୪/୫ରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ  କହିଛନ୍ତି। 

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Painting
Sponsored
cyclone come , Meteorological department advises not to go to sea | Argus English