|
logo
Live

Argus News - ମା’ଙ୍କର ସବୁଠାରୁ ବଡ ଭୋଗ ଶେଉଳ ମାଛ ଓ ଖିରି

Odisha

ମା’ଙ୍କର ସବୁଠାରୁ ବଡ ଭୋଗ ଶେଉଳ ମାଛ ଓ ଖିରି

Jitendra Dash
Browse all articles by Jitendra Dash
·2 years ago·2 min read
ମା’ଙ୍କର ସବୁଠାରୁ ବଡ ଭୋଗ ଶେଉଳ ମାଛ ଓ ଖିରି

ଅର୍ଗସ ବ୍ୟୁରୋ : ଆମ ରାଜ୍ୟରେ ଅନେକ ମନ୍ଦିର ରହିଛି ଯାହାର ଅନେକ ଐତିହ୍ୟ ଆଉ ମାନ୍ୟତା ରହିଛି । ସେଥିପାଇଁ ଆମ ମନ୍ଦିର ଗୁଡିକ ସାରା ବିଶ୍ବରେ ଏକ ଭିନ୍ନ ପରିଚୟ ମଧ୍ୟ ସୃଷ୍ଟି କରିପାରିଛି । ଏଭଳି ଅନେକ ମନ୍ଦିରର ରହିଛି ଯେଉଁଠାରେ ଫଳ, ଫୁଲ ସହିତ ଜୀବନ୍ତ ମାଛ ମଧ୍ୟ ଲାଗି ହୁଏ । ଆମ ମନ୍ଦିର ମାନଙ୍କ ପରମ୍ପରା ମଧ୍ୟ ସବୁଠାରୁ ଭିନ୍ନ ଅଟେ । କିନ୍ତୁ ସବୁ ଠାରୁ ଆର୍ଶ୍ଚଯ୍ୟକର କଥା ହେଲା ଆମେ ଆଜି ଏମିତି ବିଷୟରେ କହିବୁ, ଯେଉଁ ଦେବୀଙ୍କ ମୂର୍ତ୍ତି ପୂଜା ପାଉଛି ଏହା ପଥରର ନୁହେଁ ବରଂ କାଠର ଅଟେ । ସାଧାରଣତଃ ସବୁ ସ୍ଥାନରେ ମନ୍ଦିରରେ ଯେଉଁ ଦେବାଦେବୀଙ୍କ ମୂର୍ତ୍ତି ପୂଜା ପାଏ ତାହା ପଥର ନିର୍ମିତ ହୋଇଥାଏ । କିନ୍ତୁ ଏଠାରେ ଯାହା ପୂଜା ପାଉଛି ତାହା କାଠର ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଅବସ୍ଥିତ ଏହି ମା’ବାସୁଳି ମନ୍ଦିର । ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ବିଭିନ୍ନ ଦେବୀଙ୍କୁ ଭିନ୍ନ ଭିନ୍ନ ନାମରେ ଆରାଧନା କରାଯାଏ । ଭୋଗରାଇର ମା’ବାସୁଳି ସେଇ ଆଦି ଶକ୍ତିଙ୍କ ଏକ ଭିନ୍ନ ନାମ ଅଟେ । ମା’ବାସୁଳି ମନ୍ଦିର ଉତ୍ତର ଓଡ଼ିଶାର ଅନ୍ୟତମ ସୁଖ୍ୟାତ ଓ ସର୍ବପ୍ରାଚୀନ ଶକ୍ତିପୀଠ ରୂପେ ପରିଚିତ । ଆଉ ଏହି ମନ୍ଦିର ମାହାତ୍ମ ପାଇଁ ଏଠାରେ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପଣ କୌଣସି ମନ୍ଦିର ଗଲେ ମା’ଙ୍କ ନିକଟରେ ଫଳ, ମୂଳ, ଛେନା, କଦଳୀ, ନଡିଆ, ଅବା ଲଡୁ ଭୋଗ କରିଥିବେ ନିଶ୍ଚୟ, ହେଲେ ଆମେ ଯେଉଁ ଭୋଗ କଥା କହିବୁ ଆପଣଙ୍କୁ କଥା ଟା ହୁଏତ ଅଡ଼ୁଆ ଲାଗି ପାରେ । କିନ୍ତୁ ଏହା ସତ୍ୟ । ଏଠି ମା’ଙ୍କ ପାଖରେ ମାନସିକଧାରୀ ମାନଙ୍କର ମାନସିକ ପୂରଣ ହୋଇଗଲା ପରେ  ଲାଗି ହୁଏ ଶେଉଳ ମାଛ ଓ କ୍ଷୀରି । ଆଉ ଏହା ମା’ଙ୍କର ସବୁଠାରୁ ବଡ ଭୋଗ ବୋଲି ଏଠାକାର ଭକ୍ତ ମାନେ କୁହନ୍ତି ।

ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ବିଭିନ୍ନ ଦେବୀଙ୍କୁ ଭିନ୍ନ ଭିନ୍ନ ନାମରେ ଆରାଧନା କରାଯାଏ । ମା’ ବାସୁଳି ମନ୍ଦିର ଉତ୍ତର ଓଡ଼ିଶାର ଅନ୍ୟତମ ସୁଖ୍ୟାତ ଓ ସର୍ବପ୍ରାଚୀନ ଶକ୍ତିପୀଠ ରୂପେ ପରିଚିତ । ଆଉ ଏହି ମନ୍ଦିର ମାହାତ୍ମ ପାଇଁ ଏଠାରେ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟେ । ଦେବୀଙ୍କ ମୂର୍ତ୍ତି ଦେବୀ ଦ୍ଵିଭୁଜା, ଖଡ଼ଗି ଓ ଖର୍ପର ଧାରିଣୀ ।  ଦ୍ଵିଭୁଜା ହେବା ସହ ଦୀର୍ଘକାୟ ପ୍ରାୟ ଛ'ଫୁଟ ଉର୍ଦ୍ଧ୍ବରୁ ମୂର୍ତ୍ତି ଅନ୍ୟତ୍ର ବିରଳ । ଦେବୀଙ୍କ ମାଳକୁ ଧଣ୍ଡାମାଳ କୁହାଯାଏ । ଏହା ଗଳାରୁ ପାଦ ଯାଏଁ ବାରହାତ ଲମ୍ବା । 

Sponsored
ମା’ଙ୍କର ସବୁଠାରୁ ବଡ ଭୋଗ ଶେଉଳ ମାଛ ଓ ଖିରି | Argus English