Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଲୁଟିନେଲେ ଦାନ ଟଙ୍କା

Odisha

ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଲୁଟିନେଲେ ଦାନ ଟଙ୍କା

Ritu Das
Browse all articles by Ritu Das
·2 years ago·1 min read
ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଲୁଟିନେଲେ ଦାନ ଟଙ୍କା

ଅର୍ଗସ ବ୍ୟୁରୋ: ଦୁର୍ଗା ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଲୁଟିନେଲେ ଦାନ ଟଙ୍କା । ସୁବର୍ଣ୍ଣପୁର ସହରର ଗଡଭିତରେ ଥିବା ମା' କନକ ଦୁର୍ଗାଙ୍କ ମନ୍ଦିରରୁ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ଚୋରି କରି ନେଇ ଥିବା ଅଭିଯୋଗ ହୋଇଛି । ଏନେଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। 

ଅଭିଯୋଗ ଅନୁସାରେ ସବୁଦିନ ପରି ଆଜି ସକାଳୁ ମନ୍ଦିର ପୂଜକ ପୂଜା ପାଇଁ ଆସିଥିବାବେଳେ ମନ୍ଦିର ମୁଖ୍ୟ ଫାଟକର ତାଲା ଖୋଲା ଥିଲା । ଭିତରକୁ ଯାଇ ଦେଖିଲା ବେଳକୁ ହୁଣ୍ଡିର ତାଲା ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ମନ୍ଦିର କମିଟି ଜଣାଇଥିଲେ। ତେବେ ଦୀର୍ଘ ଦୁଇ ବର୍ଷ ହେବ ହୁଣ୍ଡି ଖୋଲା ହୋଇ ନ ଥିବାବେଳେ ଯାହା ଦାନ ଟଙ୍କା ଥିଲା ସବୁ ନେଇ ଯାଇଛନ୍ତି ଦୁର୍ବୃତ୍ତ । ତେବେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They broke the | Argus English