Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁକୁ ନା ପୋଲ ଅଛି ନା ଗାଁରେ ଅଛି ଶ୍ମଶାନ, ପାଣିରେ ଭସାଇ ଶବ ଦାହ କଲେ ପରିବାର ଲୋକେ

Odisha

ଗାଁକୁ ନା ପୋଲ ଅଛି ନା ଗାଁରେ ଅଛି ଶ୍ମଶାନ, ପାଣିରେ ଭସାଇ ଶବ ଦାହ କଲେ ପରିବାର ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗାଁକୁ ନା ପୋଲ ଅଛି ନା ଗାଁରେ ଅଛି ଶ୍ମଶାନ, ପାଣିରେ ଭସାଇ ଶବ ଦାହ କଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ:  ଗାଁକୁ ନା ପୋଲ ଅଛି ନା ଗାଁରେ ଅଛି ଶ୍ମଶାନ। ମହାପ୍ରୟାଣ ଗାଡ଼ିର ସୁବିଧା ଏଠି ସାତ ସପନ।  ଶେଷରେ ନିରୂପାୟ ହୋଇ ବାଉଁଶରେ ଭେଳା କରି ଶବକୁ ଭସାଇ ଭସାଇ ଦାହ ପାଇଁ ନେଲେ ପରିବାର ଲୋକେ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ କିରତଙ୍ଗ ଗୁଡା ଗ୍ରାମରେ। ଗ୍ରାମ ବାସୀଙ୍କ କହିବା ଅନୁଯାଇ କିରତଙ୍ଗ ଗୁଡା ଗ୍ରାମରେ କୌଣସି ଶ୍ମଶାନ ନଥିବା ହେତୁ ସେହି ଗ୍ରାମର ମୃତ ଶବକୁ ସେମାନେ ସଦର ଗ୍ରାମପଞ୍ଚାୟତ ମାରିୱାଡା ଶ୍ମଶାନକୁ ନେଇ ଆସନ୍ତି ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ମଧ୍ୟ ମାରିୱାଡା ଓ କିରତଙ୍ଗ ଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ନଦୀ ପ୍ରବାହିତ ହେଉଛି ସେହି ନଦୀ ପାର ହେବା ପାଇଁ କୌଣସି ଡଙ୍ଗା ନଥିବାରୁ ,ଶବକୁ ନଦୀ ପାର କରିବା ପାଇଁ କିରତଙ୍ଗ ଗୁଡା ବାସୀ ଚାରି ଗୋଟି ବଡ ହାଣ୍ଡିରେ କିଛି ବାଉଁଶ ବାନ୍ଧି ତା ଉପରେ ଶବକୁ ରାଖୀ ଠେଲି ଠେଲି ନଦୀ ପାର କରି ଶ୍ମଶାନକୁ ଆଣି ସାବା ଦାହ କରନ୍ତି । ସେହିପରି ଭାବେ ଆଜି କିରତଙ୍ଗ ଗୁଡା ଗ୍ରାମର ଗଙ୍ଗା ପୂଜାରୀ ନାମକ ବ୍ୟକ୍ତିଙ୍କର ଆଜି ମୃତୁ ଘଟିଥିବା ବେଳେ , ଶବକୁ ନଦୀ ପାର କରି ଶ୍ମଶାନକୁ ଆଣିବା ପାଇଁ ସେହିପରି ଭାବେ ପରିବାର ସମେତ ଗ୍ରାମ ବାସୀ ଚାରି ଗୋଟି ବଡ ହାଣ୍ଡିରେ କିଛି ବାଉଁଶ ବାନ୍ଧି ତା ଉପରେ ଶବକୁ ରଖୀ ଠେଲି ଠେଲି ନଦୀ ପାର କରି ଶ୍ମଶାନକୁ ଆଣି ସାବା ଦାହ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମାରିୱାଡା ଗ୍ରାମ ପଞ୍ଚାୟତ ସଦର ଠାରୁ  କିରତଙ୍ଗ ଗୁଡା ଗ୍ରାମକୁ ନଦୀ ପାର ହୋଇ ଗଲେ ତିନିରୁ ଚାରି କିମି ଥିବା ବେଳେ  ରାଖାଲ ଗୁଡା ଓ ଏମ୍ଭି-୨୬ ମଧ୍ୟରେ ସେହି ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହୋଇଛି ହେଲେ କିରତଙ୍ଗ ଗୁଡା ଠାରୁ ସେହି ବ୍ରିଜ ଦେଇ ପଞ୍ଚାୟତ ଷଡରକୁ ଆସିବାକୁ ପ୍ରାୟ ୧୦କିମି ବୁଲିବାକୁ ପଡୁଛି।  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
There is no pole in the village and there is no cemetery in the village | Argus English