Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଲୋକର ପର୍ବ ଦୀପାବଳିରେ ପୂର୍ବ ଭଳି ଆଉ ଦ୍ଵୀପର ଚାହିଦା ନାହିଁ

Odisha

ଆଲୋକର ପର୍ବ ଦୀପାବଳିରେ ପୂର୍ବ ଭଳି ଆଉ ଦ୍ଵୀପର ଚାହିଦା ନାହିଁ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଆଲୋକର ପର୍ବ ଦୀପାବଳିରେ  ପୂର୍ବ ଭଳି  ଆଉ ଦ୍ଵୀପର ଚାହିଦା ନାହିଁ

ଅର୍ଗସ ବ୍ୟୁରୋ : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି l ସେନେଇ ପ୍ରତ୍ୟେକ ଓଡ଼ିଆ ଘରେ ଦ୍ଵୀପ ଜାଳିବା ସହିତ ବେଶ ଆନନ୍ଦିତ ଭାବେ ପାଳନ କରିଥାନ୍ତି ଏହି ପର୍ବକୁ l ତେବେ ପୂର୍ବ ଭଳି ଦ୍ଵୀପର ଚାହିଦା ଆଉ ନାହିଁ l କାରଣ ଲିଚୁ , ମହମବତୀ ଓ ରଙ୍ଗୀନ ଲାଇଟ ମାଟି ଦୀପର ଚାହିଦାକୁ ବୁଡ଼େଇ ଦେଉଛି l ତଥାପି କିଛି କୁମ୍ଭକାର ନିଜର କୌଳିକ ବୃତ୍ତି କୁ ଏବେବି ଆପଣେଇଛନ୍ତି l

 
ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମ l ଏଠାରେ ୨୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ନେଇ ବଞ୍ଚି ଆସିଛନ୍ତି l ସବୁ ପୂଜା ପର୍ବ ପୂର୍ବରୁ ସମସ୍ତ ପ୍ରକାରର ମାଟିର ତିଆରି ସାମଗ୍ରୀ ତିଆରି କରି ବିକ୍ରୀ କରିଥାନ୍ତି ଏହି କୁମ୍ଭକାର ପରିବାର  l ଏବଂ ସେଥିରୁ ଯେତିକି ରୋଜଗାର ହୁଏ ସେଥିରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟିଥାଏ l  ପୂର୍ବରୁ ଜଣେ କାରିଗର ୫/୭ ହଜାର ଟଙ୍କାର ଦୀପ ବିକ୍ରି କରୁଥିଲେ ଏହି ଦୀପାବଳୀ ପର୍ବରେ l ହେଲେ ଏବେ ସେତିକି ବିକ୍ରି ହେଉନାହିଁ l ଏବେ ଲୋକେ ଲିଚୁ , ମହମବତୀ ଓ ବିଭିନ୍ନ ପ୍ରକାରର ରଙ୍ଗୀନ ଲାଇଟ୍ ଉପରେ ଗୁରୁତ୍ବ ଦେଉଛନ୍ତି l ତେଣୁ ମାଟି ଦୀପର ଚାହିଦା ଧୀରେ ଧୀରେ କମିଯାଇଛି l ପୂର୍ବରୁ ଯେଉଁ ଭଳି ଭାବେ ଦୀପାବଳି ପାଳନ କରୁଥିଲେ ଲୋକେ ତାହା ଏବେ ଫିକା ପଡ଼ିଯାଇଛି l ଲୋକେ ପୂର୍ବରୁ ଘର ପିଛା ୫୦୦/୬୦୦ ଦ୍ଵୀପ ନେଇ କୋଠା ଘରର ଛାତ ହେଉ କି ବାଲକୁନି କିମ୍ବା ଦୁଆର ମୁହଁ ରେ ଜାଳୁ ଥିଲେ ଦ୍ଵୀପ l ଏବେ ୧୦/୨୦ ଦ୍ଵୀପ ରେ ଦୀପାବଳି ପର୍ବକୁ ପାଳନ କରୁଛନ୍ତି ଲୋକେ l 


ଦୀପାବଳୀ ପୂର୍ବରୁ ଏହି ଜେରକନ୍ଦ ଗ୍ରାମକୁ ଅନେକ ବ୍ୟବସାୟୀ ମାନେ ବିଭିନ୍ନ ଜାଗାରୁ ଆସି ଦ୍ଵୀପ ନେଇଥାନ୍ତି ବେପାର ପାଇଁ । ହେଲେ ଦୁଇ ବର୍ଷ ହେବ ବେପାରୀଙ୍କ ଦେଖା ନାହିଁ l ଏବେ ପ୍ଲାଷ୍ଟିକ ଦ୍ଵୀପ , ଲିଚୁ ଲାଇଟ, ରଙ୍ଗୀନ ଲାଇଟ ଓ ମହମବତୀ ଉପରେ ଲୋକେ ବେଶୀ ଗୁରୁତ୍ଵ ଦେଉଛନ୍ତି l ମାଟି ଦ୍ଵୀପ ପ୍ରତି ଲୋକମାନେ ଆଗଭଳି ପଚାରୁ ନାହାଁନ୍ତି l ଯେଉଁଥିପାଇଁ ଏବେ କୁମ୍ଭକାର ମାନେ ଚିନ୍ତାରେ ରହୁଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡିଶା ଖବର ଆହୁରି ପଢନ୍ତୁ

Sponsored
There is no more demand for Diya in Diwali, the festival of lights | Argus English