|
logo
Live

Argus News - ଦୀପାବଳି ପାଇଁ ସାରା ରାଜ୍ୟରେ ଉତ୍ସାହର ମାହୋଲ

Odisha

ଦୀପାବଳି ପାଇଁ ସାରା ରାଜ୍ୟରେ ଉତ୍ସାହର ମାହୋଲ

Ritu Das
Browse all articles by Ritu Das
·2 years ago·2 min read
ଦୀପାବଳି ପାଇଁ ସାରା ରାଜ୍ୟରେ ଉତ୍ସାହର ମାହୋଲ

ଅର୍ଗସ ବ୍ୟୁରୋ: ଦୀପାବଳି ପାଇଁ ସାରା ରାଜ୍ୟରେ ଉତ୍ସାହର ମାହୋଲ୍ । ବଡବଡୁଆଙ୍କୁ ଡାକି ବାଣ ଫୁଟାଇ ଧୁମଧାମରେ ଚାଲିଛି ସେଲିବ୍ରେସନ୍ । ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଲୋକବର୍ତ୍ତିକା ଓ ପିଣ୍ଡଦାନ ପାଇଁ ଜମିଥିଲା ଭିଡ । ସେପଟେ ଆଜିଠୁ ଆରମ୍ଭ ହୋଇଛି କାଳୀ ପୂଜା । ପୂଜାର୍ଚ୍ଚନା ସହ ସବୁଠି ମାଆଙ୍କୁ ଉପାସନା। 

ପିଣ୍ଡଦାନ, ବଡବଡୁଆ ଡାକ, କାଳିପୂଜା।   ଦୀପାବଳିରେ ଓଡ଼ିଶାର ନିଆରା ପରମ୍ପରା ।  ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଲୋକବର୍ତ୍ତିକା ଓ ପିଣ୍ଡଦାନ। ଇଏ ହେଉଛି ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନର ଦୃଶ୍ୟ। କାର୍ତ୍ତିକ ଅମାବାସ୍ୟା ତିଥିରେ ପୟାଶ୍ରଦ୍ଧାର ପରମ୍ପରା  ।  ପିତୃପୁରୁଷ ଉଦ୍ଦେଶ୍ୟରେ ପିଣ୍ଡଦାନର ପରମ୍ପରା ଓ ବଡବଡୁଆ ଡାକିବା ହିନ୍ଦୁ ପରମ୍ପରାର କାହିଁ କେଉଁ କାଳରୁ  ରହି ଆସିଛି। ଯେଉଁମାନେ ଆଶ୍ଵିନ ପିତୃପକ୍ଷରେ ଶ୍ରାଦ୍ଧ ଦେଇପାରିନଥିଲେ ସେମାନେ ପୟାଶ୍ରାଦ୍ଧ ସହିତ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୋଷଶାଳାର ବାହ୍ୟ ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାରିଟି ସ୍ଥାନରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିଛନ୍ତି ଭକ୍ତ । 

ପରମ୍ପରା ଅନୁସାରେ ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ । ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କଲେ ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଆଜିର ଦିନରେ ଦୁଇପ୍ରକାର ଶ୍ରାଦ୍ଧ ଦେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଜ୍ଞାପନ କରିଥାନ୍ତି ଶ୍ରଦ୍ଧାଳୁ । 
ଦୀପାବଳିରେ ଆଉ ଏକ ବିଶେଷତ୍ବ ହେଲା କାଳିପୂଜା । ଚାରିଆଡେ ମାଆ କାଳୀଙ୍କ ଉପାସନା। ଭଦ୍ରକରେ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ ।   ଅମାବାସ୍ୟା ତିଥି ଠାରୁ ମା ଭଦ୍ରକାଳୀଙ୍କ ପୀଠରେ ମାଙ୍କୁ ସପ୍ତମାତୃକା ବେଶରେ ପୂଜାର୍ଚ୍ଚନା କରାଯାଇଛି। ବିଶ୍ବାସ ରହିଛି ମା ଭଦ୍ରକାଳୀଙ୍କୁ ବେଦମାତା ରୂପରେ ଦର୍ଶନ କଲେ ଜ୍ଞାନ ପ୍ରାପ୍ତି ହୋଇଥାଏ। ଏହି ଅବସରରେ ମହାଯଜ୍ଞ, ସପ୍ତଚଣ୍ଡୀପାଠ ସହ  ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 କଟକ ଖାନନଗର ଦକ୍ଷିଣକାଳୀ ମନ୍ଦିରରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ମଙ୍ଗଳ ଆଳତି ଓ ଖେଚୁଡ଼ି ଭୋଗ ପରେ ମାଙ୍କର ଦୁର୍ଲ୍ଲଭ ମହାକାଳୀ ବା ଶ୍ୟାମାକାଳୀ ବେଶ ଅନୁଷ୍ଠିତ ହୋଇଥିଲା ।  କଟକ ସହରରେ ୭୦ ଗୋଟି ପୂଜାମଣ୍ଡପରେ ଚାନ୍ଦି ଓ ସୁନା ଅଳଙ୍କାରରେ ଝଟକୁଛି  ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ରାଜ୍ୟର ଏକମାତ୍ର ପୂଜା ମଣ୍ଡପ ବାଖରାବାଦରେ ପୂଜା ପାଉଛନ୍ତି ମା ଛିନମସ୍ତକାଳୀ । 1930 ମସିହାରୁ ଏହି ପୂଜା ମଣ୍ଡପରେ ହୋଇ ଆସୁଛି ଛିନମସ୍ତକାଳୀ ପୂଜା ।

ଚଳିତ ବର୍ଷ ଯାଜପୁରର ଆଦ୍ୟକାଳୀ ମା ଗରୁଡକାଳୀ ପୀଠରେ ନିଆରା ଢଙ୍ଗରେ ପୂଜାର୍ଚ୍ଚନା।  ଚଳିତ ବର୍ଷ  ୧ କ୍ବିଣ୍ଟାଲ  ୪୦ କେଜି ଓଜନର ଚାନ୍ଦିରେ ମାଙ୍କୁ ଆଚ୍ଛାଦିତ କରାଯାଇ ସଜିତ କରାଯାଉଛି। ପୁରୀରେ ମଧ୍ୟରାତ୍ରୀରେ ନିଶାର୍ଦ୍ଧରେ ପୂଜା ପରେ ମହାଭୈରବୀ ବେଶରେ ଦର୍ଶନ ଦେବେ ମା' ଦକ୍ଷୀଣକାଳୀ । ଆସନ୍ତାକାଲି ସକାଳ ୧୦ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନଦେବେ ମା' ଦକ୍ଷୀଣକାଳୀ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
ଦୀପାବଳି ପାଇଁ ସାରା ରାଜ୍ୟରେ ଉତ୍ସାହର ମାହୋଲ | Argus English