|
logo
Live

Argus News - ନିଅଣ୍ଟିଆ ବର୍ଷା, ଶୁଖିଲା ପଡିଛି କେନାଲ 

Odisha

ନିଅଣ୍ଟିଆ ବର୍ଷା, ଶୁଖିଲା ପଡିଛି କେନାଲ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନିଅଣ୍ଟିଆ ବର୍ଷା, ଶୁଖିଲା ପଡିଛି କେନାଲ 

କୋରାପୁଟ:  କୋଟପାଡରେ ପ୍ରଶାସନର ମିଛ ପାଣି ପ୍ରତିଶୃତି। କେନାଲ ଅଛି ଆସୁନି ପାଣି। ଗାଁରେ ବସୁଧା ଯୋଜନା ମାରିଛି ଫେଲ୍।  ଆପଣ ଭାବୁ ଥିବେ ଏହା କୌଣସି ମରୁଡି ପ୍ରଵଣ ଅଞ୍ଚଳ। ବାସ୍ତବରେ ଏହା କିନ୍ତୁ ବତାସନା ପଞ୍ଚାୟତର କେନାଲ। କେନାଲ ଜମି ଫାଟି ଆଁ କଲାଣି।କୋଟପାଡ଼ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବତାସନା ପଞ୍ଚାୟତର କୋଲନି6 ଗାଁ। ଗାଁର ପ୍ରାୟ 50ରୁ ଉର୍ଦ୍ଧ ପରିବାର ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ଚାଷ କରିବା ପାଇଁ ଜଳର ବ୍ୟବସ୍ଥା ନ ଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। 30 ବର୍ଷରୁ ଉର୍ଦ୍ଧ ସମୟ ହେବ କେନାଲ ନିର୍ମାଣ ହୋଇଛି ସତ କିନ୍ତୁ କେନାଲ ପାଣିକୁ ଚାଷ ନିମନ୍ତେ ଉପଯୋଗ କରିବା ଦିବାସ୍ବପ୍ନ ପାଲଟିଛି। ପାଣି ପାଇଁ ପ୍ରଶାସନ ନିକଟରେ ଲୋକେ ବାରମ୍ବାର ଗୁହାରି କରୁଥିଲେବି ମିଳୁଛି କେବଳ ମିଛ ପ୍ରତିଶୃତି। ଫଳରେ ଚାଷ ଜମି ଏବେ ପାଲଟିଛି ଗୋଚର ଜମି।

କୋଲାବ ଡ୍ୟାମ ନିର୍ମାଣ ସମୟରେ 76 ଟି ପରିବାରକୁ କୋରାପୁଟ ବ୍ଲକର ଖିଲପୁଟ ଗ୍ରାମରୁ ଆଣି କୋଟପାଡ଼ ବ୍ଲକ କୋଲନି 6 ଗ୍ରାମରେ ବିସ୍ଥାପିତ କରିଥିଲେ ସରକାର ଆଉ ପ୍ରତିଶ୍ରୁତି ମିଳିଥିଲା ସରକାର ତରଫରୁ ସମସ୍ତ ସୁବିଧା ଦିଆଯିବ। ମାତ୍ର ପ୍ରତିଶୃତି ପାଲଟିଛି ପାଣିର ଗାର। ଏ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ସଂଘର୍ଷ କରୁଛନ୍ତି ଗ୍ରାମବାସୀ।  କେନାଲ ଅଛି ମାତ୍ର ଆସୁନି ପାଣି । ସେପେଟେ ପାନୀୟ ଜଳ ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ। ଏମିତିରେ ସରକାରଙ୍କ ଜଳ ଯୋଗାଣ ପାଲଟିଛି ପ୍ରହସନ।  

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନିଅଣ୍ଟିଆ ବର୍ଷା, ଶୁଖିଲା ପଡିଛି କେନାଲ  | Argus English