Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇପାରୁନାହାନ୍ତି ରୋଗୀ

Odisha

ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇପାରୁନାହାନ୍ତି ରୋଗୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇପାରୁନାହାନ୍ତି ରୋଗୀ

ଅର୍ଗସ ବ୍ୟୁରୋ:  ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁ ଲୋକେ ଆସିଥାନ୍ତି , କିନ୍ତୁ ଡାକ୍ତର ଖାନା ରେ ଉଚିତ ସେବା ନପାଇବାର କାରଣ ଏଠାରେ ଉପଯୁକ୍ତ ଡାକ୍ତର ଓ ଅନ୍ୟାନ୍ୟ ବିଭାଗ ର ବହୁ ପଦବୀ ଖାଲି ପଡ଼ିବା , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସମେତ ଭେଷଜ, ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ଏମ୍ ବି ବି ଏସ୍ ଡାକ୍ତର ଓ   ପରିଚାଳକ ଅଧିକାରୀ ପଦବୀ ମଧ୍ୟ  ଖାଲି ରହିଛି । ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୧ ଜଣ ଡାକ୍ତର  ଓ ନିକଟସ୍ଥ ଯାମୁକେଶ୍ୱର ସି ଏଚ୍ ସି ପାଇଁ ୧୦ ଜଣ ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ନିୟମ କରିଥିଲେ ସୁଦ୍ଧା ଯଶିପୁର ରେ ମାତ୍ର ୪ ଜଣ ନିୟମିତ ଡାକ୍ତର ରହିଥିବା ବେଳେ ଯାମୁକେଶ୍ୱର ସିଏଚସି ମାତ୍ର ଜଣେ ନିୟମିତ ଡାକ୍ତର ଅଛନ୍ତି। 

ଯଶିପୁର ଅଞ୍ଚଳରେ ୨୬ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ମଧ୍ୟରୁ ୨୨ ଟି ଆରୋଗ୍ୟ କେନ୍ଦ୍ର ରେ ରୂପାନ୍ତରିତ ହୋଇଛି । ହେଲେ ଡାକ୍ତର, ନର୍ସ ଅଭାବରୁ ସେସବୁ ଉପକେନ୍ଦ୍ର ବନ୍ଦ ଅବସ୍ଥାରେ ରହିଛି । ଯଶିପୁର ଦେଇ  ଜାତୀୟ ରାଜପଥ ଲମ୍ବିଥିବାରୁ ଅଧିକାଂଶ ସମୟରେ ଦୂର୍ଘଟଣା ଘଟିଥାଏ ।  ତତସହିତ ଯଶିପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଗରିବ ରୋଗୀ ଯଶିପୁର ଉପରେ ନିର୍ଭର କରିଥାନ୍ତି ଏଣୁ ଯଶିପୁର ସିଏଚସି ପାଇଁ ଆନେସ୍ଥେସିଆ ଓ ସିଜରିଆନ୍ ର ଆବଶ୍ୟକ ହୁଏ । ହେଲେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ହୋଇପାରେ ନାହିଁ । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଓ ଅଞ୍ଚଳ ବାସୀ ଉପକୃତ ହୋଇପାରିବେ ତାହାକୁ ହିଁ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
There is a shortage of doctors in hospitals, patients who cannot get treatment | Argus English