Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିନ୍ନର ଏବଂ ଦିବ୍ୟାଙ୍ଗ ଷ୍ଟଲରେ ବଢ଼ୁଛି ଘରକରଣା ସାମଗ୍ରୀର ଚାହିଦା

Odisha

କିନ୍ନର ଏବଂ ଦିବ୍ୟାଙ୍ଗ ଷ୍ଟଲରେ ବଢ଼ୁଛି ଘରକରଣା ସାମଗ୍ରୀର ଚାହିଦା

Ritu Das
Browse all articles by Ritu Das
·2 years ago·2 min read
କିନ୍ନର ଏବଂ ଦିବ୍ୟାଙ୍ଗ ଷ୍ଟଲରେ ବଢ଼ୁଛି ଘରକରଣା ସାମଗ୍ରୀର ଚାହିଦା

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ କିନ୍ନର ମାନଙ୍କୁ ରାଜ୍ୟ ସରକାର ମୁଖ୍ୟସ୍ରୋତକୁ ଆଣିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ ଆରମ୍ଭ କରିଛନ୍ତି ଯାହାର ସିଧା ସଳଖ ପ୍ରତିଫଳନ ଦେଖିବାକୁ ମିଳିଛି କିନ୍ନର ମାନଙ୍କର ସଫଳତା ଦିଗରେ। ସେହିଭଳି କଟକ ବାଲିଯାତ୍ରାର ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ଓ କିନ୍ନର ସଶକ୍ତିକରଣ ମେଳାରେ କିନ୍ନର ମାନଙ୍କର ଦ୍ଵାରା ଲଗାଯାଇଥିବା ଷ୍ଟଲ୍ ମାନଙ୍କରେ ଦେଖିବାକୁ ମିଳିଛି ଭଲ ଭିଡ। ବାଲିଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ବିଶେଷ ଭାବରେ ଘରକରଣା ଜିନିଷ କିଣାକିଣି କରିଥାଆନ୍ତି। ସେଥିପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ କିନ୍ନର ମାନେ ଘରକରଣା ସାମଗ୍ରୀ ଚେରମୁଳି, ଜଡ଼ିବୁଟି ଇତ୍ୟାଦିର ଷ୍ଟଲ୍ ଲଗାଇଛନ୍ତି। ଅଧିକାଂଶ ଜିନିଷ ନିଜ ହାତରେ କିନ୍ନର ମାନେ ତିଆରି କରି ଏଠାରେ ବ୍ୟବସାୟ କରୁଛନ୍ତି। ସମାଜରୁ ମୁଖ୍ୟସ୍ରୋତକୁ ଆସି ଲୋକଙ୍କ ସହ ମିଶିବାକୁ ସୁଯୋଗ ମିଳିଥିବାରୁ ବେଶ୍ ଖୁସି ପ୍ରକଟ କରିଛନ୍ତି କିନ୍ନର ମାନେ।

ଅନ୍ୟପଟେ ଏହି ଷ୍ଟଲ୍ ଗୁଡିକରେ ଲୋକଙ୍କ ଭିଡ ମଧ୍ୟ ଭଲ ଜମିବାରେ ଲାଗୁଛି। ବିଶେଷ କରି ଷ୍ଟଲ୍, ପାପୋଛ, ଚୁନରି, ଘରସଜା ଜିନିଷ, ଚେର ମୂଳି ଓ ଜଡ଼ିବୁଟି ଇତ୍ୟାଦିକୁ ବେଶ୍ ପସନ୍ଦ କରୁଛନ୍ତି। ସେହିପରି ଭିନ୍ନକ୍ଷମ ପିଲାଙ୍କ ସକ୍ଷମକୁ ନେଇ ସେମାନଙ୍କ ସ୍କୁଲରେ ବିଭିନ୍ନ ପ୍ରକାର ଘରୋଇ ଉପକରଣ ସହ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଛି, ତାହା ଷ୍ଟଲ ଗୁଡିକରେ ବିକ୍ରି ହେଉଛି। 

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ନିମନ୍ତେ ୪୭ ଟି ଷ୍ଟଲ ପ୍ରଦାନ କରାଯାଇଛି। ଏହା ସହ କିନ୍ନର ମାନଙ୍କର ଏକ ଭିନ୍ନ ଦୁନିଆ ଥିବା ବେଳେ ତାଙ୍କ ସହ ମିଶିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳୁ ନ ଥିଲା। ବର୍ତ୍ତମାନ ମିଶିବାକୁ ସୁଯୋଗ ମିଳିଥିବାଏହି ଷ୍ଟଲ୍ ଗୁଡ଼ିକୁ ବୁଲିବା ସହ ବେଶ୍ କିଣାକିଣି କରିବା ସହ କିନ୍ନର ମାନଙ୍କର ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ବାଲିଯାତ୍ରାକୁ ଆସୁଥିବା ପର୍ଯ୍ୟଟକ ମାନେ।  ସ୍ବାବଲମ୍ବୀ ହୋଇ କିନ୍ନର ଓ ଭିନ୍ନକ୍ଷମ ଦ୍ୱାରା ଷ୍ଟଲର ସାମଗ୍ରୀ ଗୁଡ଼ିକୁ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି ପର୍ଯ୍ୟଟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
There is a growing demand | Argus English