Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୫ବର୍ଷ ହେଲା ବିଦ୍ୟାଳୟରେ ନାହାନ୍ତି ବିଜ୍ଞାନ ଶିକ୍ଷକ

Odisha

୧୫ବର୍ଷ ହେଲା ବିଦ୍ୟାଳୟରେ ନାହାନ୍ତି ବିଜ୍ଞାନ ଶିକ୍ଷକ

Ritu Das
Browse all articles by Ritu Das
·2 years ago·2 min read
୧୫ବର୍ଷ ହେଲା ବିଦ୍ୟାଳୟରେ ନାହାନ୍ତି ବିଜ୍ଞାନ ଶିକ୍ଷକ

ଅର୍ଗସ ବ୍ୟୁରୋ: ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ବର୍ତ୍ତମାନ ଅଧିକାଂଶ ବିଦ୍ୟାଳୟକୁ 5ଟି ରେ ସାମିଲ କରି  ଉନ୍ନୀତ ଯୋଜନାରେ ଛାତ୍ରଛାତ୍ରୀଙ୍କ ପାଠପଢିବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବରୁ ସରକାଙ୍କର ଯୋଜନା କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏପରି ଏକ ସମସ୍ୟା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତର ମା' ମଙ୍ଗଳା ଉଚ୍ଚ ବିଦ୍ୟାଳୟରେ।

ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତ। ୧୯୯୨ ମସିହାରୁ ଏଠାରେ ନିର୍ମାଣ ହୋଇଛି ମା' ମଙ୍ଗଳା ଉଚ୍ଚ ବିଦ୍ୟାଳୟ। ହେଲେ ଦୀର୍ଘ ୩୧ ବର୍ଷର ବିଦ୍ୟାଳୟ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ। ବିଦ୍ୟାଳୟରେ ଦୀର୍ଘ ୧୫ବର୍ଷ ତଳୁ ବିଜ୍ଞାନ ବିଭାଗର ଶିକ୍ଷକ ନ ଥିବାରୁ ବିଜ୍ଞାନ ଓ ଗଣିତ ପରି କଷ୍ଟକର ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏପଟେ ଆଉ କିଛିଦିନ ପରେ ଛାତ୍ରଛାତ୍ରୀମାନେ ଦେବେ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା। ହେଲେ ବିଜ୍ଞାନ ଓ ଗଣିତ ବିଷୟରେ ଉଚିତ ଶିକ୍ଷଦାନ ହୋଇ ନ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବିଜ୍ଞାନ ଶିକ୍ଷକ ସାତସପନ। ତେବେ ବିଦ୍ୟାଳୟଟି ୫ଟି ଯୋଜନାରେ ସାମିଲ କରି ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ  ଶିକ୍ଷକ ଅଭାବ ଥିବା ବିଦ୍ୟାଳୟରେ କାହା ସ୍ବାର୍ଥରେ ଏହି ଯୋଜନା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶିଖାଇଥିଲ ଅ, ଏବେ ଡାକୁଛି ଆ। ଏହିପରି ଦର୍ଶାଇ ବିଦ୍ୟାଳୟକୁ ପୁରାତନ ଛାତ୍ର ତଥା ଅଭିଭାବକ ମାନଙ୍କୁ ବିଦ୍ୟାଳୟ ପରିଚାଳନା ପାଇଁ ଯୋଡୁଛନ୍ତି ସରକାର। ହେଲେ ବିଦ୍ୟାଳୟର ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ସମାସ୍ୟାର ସମାଧାନ ନହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଦ୍ୟାଳୟର ଚେୟାରମ୍ୟାନ।  ୧୫ବର୍ଷ ହେଲା ବିଜ୍ଞାନ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଦ୍ୟାଳୟରେ କମୁଥିବା ଦର୍ଶାଇ ତୁରନ୍ତ ବିଭାଗିୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରିଛନ୍ତି। ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ବିଜ୍ଞାନ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କର ଗଣିତ ଓ ବିଜ୍ଞାନରେ ମାର୍କ କମୁଥିବା ଦର୍ଶାଇଛନ୍ତି। ଅପରପକ୍ଷେ ବିଜ୍ଞାନ ଶିକ୍ଷକ ଅଭାବରୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀ ମାନେ ଭାଗନେବା ପାଇଁ ବହୁ ସମସ୍ୟା ହୋଇଥିବା ଦର୍ଶାଇଛନ୍ତି ଉଭୟେ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
There has been | Argus English