Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନଲାଇନରେ ମୋ ଘର ଆବେଦନ କରି ଚାତକ ଭଳି ଚାହିଁ ବସିଛନ୍ତି ଶହ ଶହ ଚାଷୀ

Odisha

ଅନଲାଇନରେ ମୋ ଘର ଆବେଦନ କରି ଚାତକ ଭଳି ଚାହିଁ ବସିଛନ୍ତି ଶହ ଶହ ଚାଷୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅନଲାଇନରେ ମୋ ଘର ଆବେଦନ କରି ଚାତକ ଭଳି ଚାହିଁ ବସିଛନ୍ତି ଶହ ଶହ ଚାଷୀ

ଅର୍ଗସ ବ୍ୟୁରୋ: କିଏ  ଭଙ୍ଗା ଦଦରା ଚାଳ କୁଡ଼ିଆରେ ରହୁଛି ତ ଆଉ କିଏ କଚା ଘର ଟିରେ ମୁଣ୍ଢ ଗୁଞ୍ଜିଛି । ଆଉ କାହା ଘରୁ ସୁର୍ଯ୍ୟ ଦିଶୁଛନ୍ତି ।  ଟିକିଏ ନଜର ପକାନ୍ତୁ । ଅଜବେଷ୍ଟେସ ଘର ସମ୍ପୁର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ । କେତେବଳେ ଭାଙ୍ଗିଯିବ କହି ହେବନି । କେବଳ ଗୋଟିଏ ଦୁଇଟି ଘର ନୁହଁ ଗାଁର ଅନେକ ଗାଁରେ ଏହି ଅବସ୍ଥାରେ । ଆଜି ଯାଏ ଆବାସ ଯୋଜନାରେ ଘର ଟିଏ ମିଳି ପାରିଲା ନାହିଁ । ଏ ସମ୍ପର୍କରେ ବୁଝିବାରୁ ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚ।ୟତ ରେ ନିର୍ଦ୍ଦେସ ରେ ପଞ୍ଚାୟତ ପିଇଓ ଆସି ଘରର ଫୋଟ ଉଠାଇ ନେଲେ । ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ମେସେଜ ମୋବାଇଲକୁ ଆସିଲା ହେଲେ ବ୍ୟାଙ୍କ ଲୋନ ଦେବ କେବେ ? ତାହାକୁ ଅପେକ୍ଷା ।

ଭଞ୍ଜନଗର ବ୍ଲକରେ ମଧ୍ୟ ସମାନ ଅବସ୍ଥା । ହିତାଧିକାରୀଙ୍କୁ ବ୍ଲକ ଯୋଗ୍ୟ କରିଦେଲା ହେଲେ ବ୍ୟାଙ୍କ ଟଙ୍କା ଋଣ ଦେବାକୁ ବିଶ୍ୱାସ ଜୁଟାଇ ପାରୁନି । ବ୍ଲକ ବିଡ଼ିଓଙ୍କ କହିଛନ୍ତି 456 ଜଣ ହିତଧିକାରୀ ଆବେଦନ କରିଥିବା ବେଳେ ୪୩୨ ଙ୍କୁ ଯୋଗ୍ୟ ବିବେଚିତ କରି ବ୍ୟାଙ୍କ କୁ ପଠାଯାଇଛି । ବ୍ୟାଙ୍କ ମଧ୍ୟ ୧୧ ଜଣଙ୍କ ଲୋନ ସାଂକ୍ସେନ କରିଛି । ହେଲେ ଅନେକ ହିତାଧିକାରୀଙ୍କୁ ମିଳୁନଥିବାରୁ ସବୁଠି ମୋ ଘର ଯୋଜନାକୁ ନେଇ ଜନ ଅସନ୍ତୋଷ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସବୁ ପ୍ରକାର ଯୋଗ୍ୟ ସତ୍ତ୍ୱେ ଚାରି ମାସହେଲା ଆବେଦନ କାରୀଙ୍କୁ ବ୍ୟାଙ୍କ ଋଣ ଦେବାକୁ ଏମିତି କୁନ୍ତୁ କୁନ୍ତୁ କାହିଁକି ? ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are hundreds of farmers who are looking like hawks after applying for ama ghara yojana online | Argus English