Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାକ୍ଷୀଗୋପାଳ ମନ୍ଦିରରୁ  ଲକ୍ଷାଧିକ ଟଙ୍କାର ସୁନା ସହ ଟଙ୍କା ଚୋରି 

Odisha

ସାକ୍ଷୀଗୋପାଳ ମନ୍ଦିରରୁ  ଲକ୍ଷାଧିକ ଟଙ୍କାର ସୁନା ସହ ଟଙ୍କା ଚୋରି 

Manini Pattanayak
Browse all articles by Manini Pattanayak
·2 years ago
ସାକ୍ଷୀଗୋପାଳ ମନ୍ଦିରରୁ  ଲକ୍ଷାଧିକ ଟଙ୍କାର ସୁନା ସହ ଟଙ୍କା ଚୋରି 

ପୁରୀ: ସତ୍ୟବାଦୀର ଐତିହ୍ୟ ପୀଠ ସାକ୍ଷୀଗୋପାଳ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ହୁଣ୍ଡିବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ମନ୍ଦିରର ଦକ୍ଷିଣ ଦ୍ବାର ନିକଟରେ ଥିବା ପାଚେରୀ ଡେଇଁ ପଶିଥିଲେ ଦୁର୍ବୃତ୍ତ ।

ମନ୍ଦିର ମଧ୍ୟରେ ଥିବା ସାକ୍ଷୀଗୋପାଳ, ରାଧାରାଣୀଙ୍କ ବିଜେ ପ୍ରତିମାଙ୍କ ମନ୍ଦିର ତାଲା ଭାଙ୍ଗି ସମସ୍ତ ସୁନା ଅଳଙ୍କାର ଓ ହୁଣ୍ଡିବାକ୍ସରେ ଥିବା ସମସ୍ତ ଟଙ୍କାକୁ ଲୁଟି ନେଇଥିଲେ । ଏଥିସହ ସୁପରଭାଇଜରଙ୍କ ଅଫିସ୍ ତାଲା ଭାଙ୍ଗି ସିସିଟିଭି ପ୍ୟାନେଲକୁ ତାଡି ନେଇଯାଇଛନ୍ତି । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ସହିତ ପିପିଲି ଏସଡିପିଓ ଓ ସାଇଣ୍ଟିଫିକ ଟିମ୍ ପହଂଚି ଅନୁସନ୍ଧାନ ଜାରି ରଖିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Theft of lakhs of rupees of gold and money from the Sakhigopal temple | Argus English