Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଇକ ମାଗି ନ ମିଳିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ

Odisha

ବାଇକ ମାଗି ନ ମିଳିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ

Jitendra Dash
Browse all articles by Jitendra Dash
·2 years ago·1 min read
ବାଇକ ମାଗି ନ ମିଳିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ

ଅର୍ଗସ ବ୍ୟୁରୋ : ବାଇକ ମାଗି ନ ମିଳିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ । ବାଇକ ମାଲିକଙ୍କୁ ଠେଲି ଦେବାରୁ ମହିଳାଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଶୋରିସଦା ଗ୍ରାମରେ । ଗ୍ରାମର ତାପସ ଶର୍ମା ଏକ ନୂତନ ବାଇକ ଆଣିଥିବା ବେଳେ ପଡୋଶୀ ସୁଧୀର ଶର୍ମା ତାଙ୍କ ବାଇକକୁ ବାରମ୍ବାର ବ୍ୟବହାର ନିମନ୍ତେ ନେଉଥିଲେ । ଗତ କାଲି ତାପସ ବାଇକ ଦେବାକୁ ମନା କରିବାରୁ ପଡୋଶୀ ସୁଧୀର ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତାପସଙ୍କ ମା' ସନ୍ଧ୍ୟାରାଣୀ ପ୍ରତିବାଦ କରିବାରୁ ସୁଧୀର ତାପସଙ୍କ ମା' ସନ୍ଧ୍ୟାରାଣୀଙ୍କୁ ଠେଲି ଦେଇଥିଲେ । ସନ୍ଧ୍ୟାରାଣୀ ନିକଟରେ ଥିବା ଏକ ନଡ଼ିଆ ଗଛରେ ପିଟି ହୋଇ କଂକ୍ରିଟ ଢ଼ଳେଇରେ ପଡି ସଂଜ୍ଞହୀନ ହୋଇ ପଡ଼ିଥିଲେ । ପରିବାର ଲୋକ ତାଙ୍କୁ ମେଡିକାଲ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟାରାଣୀଙ୍କ ପୁଅ ତାପସ ଶର୍ମା ସୁଧୀରଙ୍କ ନାମରେ ଆଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୁଧୀରଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The youth attacked the woman after asking for a bike and not getting it | Argus English