|
logo
Live

Argus News - ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ

Odisha

ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ


କନ୍ଧମାଳ : ସ୍ତ୍ରୀ କୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ ।  ଦାରିଙ୍ଗବାଡ଼ି ଥାନା ବି. ଡକେବାଡ଼ି ଗାଁ ରେ ଘଟିଛି ଘଟଣା । ମୃତକ ଜଣକ ହେଲେ ବି. ଡକେବାଡ଼ି ଗ୍ରାମର ସାନ୍ତନା ନାୟକ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସ୍ୱାମୀ ମିତୁ ପ୍ରଧାନକୁ ଅଟକ ରଖି ଦାରିଙ୍ଗବାଡ଼ି ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳକୁ ଆସୁଛି ସାଇଣ୍ଟିଫିକ ଟିମ ।

ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବି.ଡକେବାଡ଼ିର ବଡଧାଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବଡ଼ଧାଡ଼ି ଗ୍ରାମର ମିଥୁନ ପ୍ରଧାନଙ୍କ ସ୍ତ୍ରୀ ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ଗୁରୁବାର ଦିନ ଗାଁ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବାବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ। 

ଏନେଇ ତାଙ୍କ ସାନ ଭଉଣୀ ଦାରିଙ୍ଗବାଡି ଥାନାକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମିଥୁନ ପ୍ରଧାନଙ୍କ ଘରେ ପହଞ୍ଚି ତଦନ୍ତ କରିବାବେଳେ ମିଥୁନ ନିଜ ସ୍ତ୍ରୀର ବେକକୁ ଗାମୁଛାରେ ଗୁଡ଼ାଇ ହତ୍ୟା କରି ଅରିବାଲି ପାହାଡ଼ରେ ଫୋପାଡ଼ି ଦେଇଥିବା ସ୍ୱୀକାର କରିଥିଲେ । 
ପୋଲିସ ମିଥୁନ ପ୍ରଧାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି । ମିଥୁନ ଗତ ୭ ବର୍ଷ ପୂର୍ବେ ସାନ୍ତନାକୁ ପ୍ରେମ ବିବାହ କରିଥିବାବେଳେ ତାଙ୍କର ଏକ ୭ ବର୍ଷର ପୁଅ ରହିଛି । ପରିବାର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ | Argus English