ରାମଲଲାଙ୍କ ପାଇଁ ଶୋଭାଯାତ୍ରାରେ କମ୍ପୁଛି ପୂରା ଗାଁ

ଅର୍ଗସ ବ୍ୟୁରୋ : ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଛି। ସମଗ୍ର ଦେଶ ଏହି ଅବସରରେ ଖୁସି ମନାଉଛି। ଗାଁ ଗାଁ ରେ ରାମଲଲାଙ୍କ ପାଇଁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ କରିଛନ୍ତି। ନୟାଗଡ଼ ଖଣ୍ଡପଡା ବ୍ଲକ ନିମପାଟଣା ଠାରେ ରାମଲୀଳା ପରିକ୍ରମା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ରାମ ଲକ୍ଷ୍ମଣ ସୀତାଙ୍କ ସମେତ ରାମାୟଣର ପ୍ରମୁଖ ଚରିତ୍ର ମାନଙ୍କ ବେଶରେ ରାମଲୀଳା କଳାକାର ମାନେ ଗ୍ରାମପରିକ୍ରମା କରିଥିଲେ I
ଅଧିକରୁ ଅଧିକ ଲୋକ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ଗାଁ । ଦିର୍ଘ ବର୍ଷ ଧରି ଏହି ଗ୍ରାମର କଳାକାର ମାନେ ରାଜ୍ୟର ବିଭିର୍ଣ୍ଣ ସ୍ଥାନରେ ରାମଲୀଳା ପରିବେଷଣ କରିଥାନ୍ତି। ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଅବସରରେ ରାମଲୀଳା କଳାକାର ମାନେ ଖୁବ ଉତ୍ସାହର ସହିତ ବିଭିର୍ଣ୍ଣ ବେଶ ଧାରଣ କରି ଗ୍ରାମ ପରିକ୍ରମା କରିଥିଲେ I ଏହି ଅବସରରେ ଗ୍ରାମରେ ଘରେ ଘରେ କଳସ ସ୍ଥାପନା କରାଯାଇ ପ୍ରଭୁ ରାମଙ୍କୁ ଆରାଧନା କରିଥିଲେ ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର