Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  କୁହୁଡି ଏବଂ ଶୀତ ପାଇଁ ଅସ୍ତବ୍ୟସ୍ତ ଜନଜୀବନ    

Odisha

 କୁହୁଡି ଏବଂ ଶୀତ ପାଇଁ ଅସ୍ତବ୍ୟସ୍ତ ଜନଜୀବନ    

Manini Pattanayak
Browse all articles by Manini Pattanayak
·2 years ago·1 min read
 କୁହୁଡି ଏବଂ ଶୀତ ପାଇଁ ଅସ୍ତବ୍ୟସ୍ତ ଜନଜୀବନ    

ଭୁବନେଶ୍ୱର:  ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଓ କୋହଲା ପାଗରେ ପରିବର୍ତ୍ତନ ହୋଇଛି । ଗତକାଲି ଠାରୁ ବର୍ଷା ବନ୍ଦ ହେବା ସହ ଖରା ଦେଖିବାକୁ ମିଳିଛି । କିନ୍ତୁ ପ୍ରବଳ ଶୀତ ଅନୁଭୁତ ହେଉଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତୀ ସମୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟଲୋ ଚେତାବନୀ ଜାରି କରାଯାଇଛି ।

ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର । ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି ।ଏ ଥିସହ ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଘନ କୁହୁଡି ନେଇ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାକୁ ସତର୍କ କରାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The weather in the state has changed due to continuous rains and rains for the past few days | Argus English