Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ ତେଜୁଛି ବିରୋଧର ସ୍ବର

Odisha

କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ ତେଜୁଛି ବିରୋଧର ସ୍ବର

Manini Pattanayak
Browse all articles by Manini Pattanayak
·2 years ago·2 min read
କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ ତେଜୁଛି ବିରୋଧର ସ୍ବର

 ଭୁବନେଶ୍ୱର: ସାରା ରାଜ୍ୟରେ କଣ୍ଟ୍ରୋଲ ଦୋନାକ ଆଗରେ ନବୀନଙ୍କ ବ୍ୟାନର ଲାଗିବାକୁ ନେଇ ତେଜୁଛି ବିରୋଧର ସ୍ବର। ମୋରଡ଼ା, ବଡ଼ମ୍ବା ପର ଏବେ ନିଆଳିରେ ବିରୋଧ। ନିଆଳି ବ୍ଲକ୍ ଜଲାରପୁର ପଞ୍ଚାୟତରେ କଣ୍ଟ୍ରୋଲ ଦୋକାନରୁ ଲୋକେ ହଟାଇଛନ୍ତି ନବୀନଙ୍କ ବ୍ୟାନର ଯେଉଁଥିଲେ ଲେଖାଅଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଚାଉଳ ବଣ୍ଟନ ଅବଧିକୁ 5ବର୍ଷ ବଢାଇ ଦିଆଯାଇଛି। ପ୍ରଥମେ ଏହାକୁ ବିରୋଧ କରିଥିଲେ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପରେ ନିଜେ ଡିଲର ମଧ୍ୟ ମାନିଥିଲେ ସମସ୍ତ ହିତାଧିକାରୀଙ୍କୁ କେନ୍ଦ୍ର ଦେଉଛି ମାଗଣା ଚାଉଳ ଏଥିରେ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ। ଏଥିସହ ନବୀନଙ୍କ ବ୍ୟାନର ଲଗାଇବାକୁ ଯୋଗାଣ ଅଧିକାରୀ ତାଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଡିଲର। ନବୀନଙ୍କ ବ୍ୟାନର ହଟିବା ପରେ ସେଠାରେ ଲୋକେ ଲାଗାଇଥିଲେ ମୋଦି ଗ୍ୟାରେଣ୍ଟି ବ୍ୟାନର। 

ପୂର୍ବରୁ ମୟୂରଭଞ୍ଜ ଶୁଳିଆପଦାରେ ମଧ୍ୟ କଣ୍ଟ୍ରୋଲ ଦୋକାନ ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍ ଲାଗିବାକୁ  କରାଯାଇଥିଲା ବିରୋଧ। କଷ୍ଠା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ବିଜେପି ସମର୍ଥକ। ସେହିପରି କଟକ ବଡ଼ମ୍ବା ବାଙ୍ଗରସିଂହା କଣ୍ଟ୍ରୋଲ ଦୋକାନରେ ମଧ୍ୟ ନବୀନଙ୍କ ବ୍ୟାନର ଲଗାଯିବାକୁ ଲୋକେ କରିଥିଲେ ବିରୋଧ। ଯେହେତୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଚାଉଳ ବଣ୍ଟନ କରାଯାଉଥିବା ବ୍ୟାନରରେ ଲେଖାଅଛି ତେଣୁ ନବୀନ ଦେଉଥିବା ମାଗଣା 5 କେଜି ଦେବାକୁ କିଛି ହିତାଧିକାରୀ ଅଡ଼ିବସିଥିଲେ।  
 କିଛି ଦିନ ତଳେ କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡ ଲଗାଇବାକୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଥିଲେ ପ୍ରଚାର ସର୍ବସ୍ବ ପାଲଟିଛନ୍ତି ଓଡ଼ିଶା ସରକାର। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ । 2029 ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ଦେବେ ମୋଦି। ଏଥିରେ ରାଜ୍ୟର ଟଙ୍କାଟିଏ ବି ଦେବାର ନାହିଁ।

ହେଲେ କଣ୍ଟ୍ରୋଲ ଦୋକାନ ଆଗରେ ନିଜ ବ୍ୟାନର ମାରି ଶ୍ରେୟ ହଡ଼ପ ପାଇଁ ଷଡ଼ଯନ୍ତ୍ର କରିଛି ବିଜେଡି ସରକାର। ଖାଲି ସେତିକି ନୁହେଁ ଚାଉଳ ଦେବା ବେଳେ ଡିଲର ମାଧ୍ୟମରେ ନବୀନଙ୍କ ଫଟୋ ଥିବା ବ୍ୟାଗ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ନବୀନ ସରକାରଙ୍କ ଏ ଚଞ୍ଚକତାର ପୋଲ ଖୋଲିଥିଲେ ଖୋଦ ଯୋଗାଣ ଅଧିକାରୀ॥  ହିତାଧିକାରୀଙ୍କୁ  ଗୋଟିଏ 20 କେଜି ବ୍ୟାଗ ଓ ଆଉ ଗୋଟିଏ 10 କେଜିଆ ଏମିତି 2ଟି ବ୍ୟାଗ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର  ୮୧.୩୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି ସରକାର.. ଏଥିରେ ଓଡିଶା 3 କୋଟି 26 ଲକ୍ଷ ଲୋକ ଅଛନ୍ତି.. ତେବେ ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ ପଡିଥିବା  9 ଲକ୍ଷଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ମାଗଣା  ଚାଉଳ ଦେଉଛନ୍ତି.. ତେବେ ସମସ୍ତଙ୍କୁ ନବୀନଙ୍କ ଚିତ୍ର ଥିବା ବ୍ୟାଗ ଦେଇ ନିର୍ବାଚନ ପୂର୍ବରୁ ଶ୍ରେୟ ନେବାର ବଡ ଷଡଯନ୍ତ୍ର ରଚିଛନ୍ତି ରାଜ୍ୟ ସରକାର।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The voice of protest against Naveen brand is growing in central rice | Argus English