Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅର୍ପଣ ରଥରୁ ପାଣ୍ଡିଆନ , ନବୀନଙ୍କ ଫଟୋ ଉଠାଇ ଜଗନ୍ନାଥଙ୍କ ଫଟୋ ଲଗାଇଲେ ଗ୍ରାମବାସୀ

Odisha

ଅର୍ପଣ ରଥରୁ ପାଣ୍ଡିଆନ , ନବୀନଙ୍କ ଫଟୋ ଉଠାଇ ଜଗନ୍ନାଥଙ୍କ ଫଟୋ ଲଗାଇଲେ ଗ୍ରାମବାସୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅର୍ପଣ ରଥରୁ ପାଣ୍ଡିଆନ , ନବୀନଙ୍କ ଫଟୋ ଉଠାଇ ଜଗନ୍ନାଥଙ୍କ ଫଟୋ ଲଗାଇଲେ ଗ୍ରାମବାସୀ

ଭଦ୍ରକ : ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅପମାନ ନେଇ ତେଜୁଛି ଅସନ୍ତୋଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ବର ମେଘା ନୂଆ ଗାଁରେ ଅର୍ପଣ ରଥକୁ ବିରୋଧ କରାଯାଇଛି । ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ରଥରୁ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ଉଠାଇ ଜଗନ୍ନାଥଙ୍କ ଫଟୋ ଲଗାଇଲେ ଗ୍ରାମବାସୀ । ସେପଟେ ବାଲେଶ୍ବରରେ ଅର୍ପଣ ରଥରେ ଜଗନ୍ନାଥ ଫଟୋ ବଦଳରେ ନବୀନ ଓ ପାଣ୍ଡିଆନ ଫଟୋକୁ ବିରୋଧ । ଭୋଗରାଇ ବ୍ଲକ ଗୋଛିଦାତେଘରୀ ପଞ୍ଚାୟତ ଶ୍ୟାମନଦୀପୁର ଗାଁରେ କିଛି ଯୁବକ ପରିକ୍ରମା ରଥକୁ ଅଟକାଇ ଉତ୍ତେଜନା ଦେଖାଦେଇଥିଲା ।

ଅଧିକ ପଢନ୍ତୁ : ଅର୍ପଣ ରଥକୁ ଗାଁ ଗାଁରେ ବିରୋଧ

ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଗୋପୀନାଥପୁର ଗାଁରେ ଅର୍ପଣ ରଥକୁ ଵିରୋଧ କରିଛନ୍ତି ଗ୍ରାମଵାସୀ । ଗାଁକୁ ରାସ୍ତା ନଥିବାରୁ ପରିକ୍ରମା ପ୍ରକଳ୍ପ ରଥକୁ ଗାଁରୁ ଫେରାଇ ଦେଇଥିଲେ ଗ୍ରାମବାସୀ । ଏହି ରାସ୍ତା ଉପରେ ୪ଟି ପଞ୍ଚାୟତ ର ୬୦୦୦ ଲୋକ ଯାତାୟାତ ପାଇଁ ନିର୍ଭର କରୁଥିବାବେଳେ ରପ ଥାଆନ୍ତି । ନିକଟରେ ଗ୍ରାମବାସୀ ମାନେ ପଦଯାତ୍ରା କରି ବ୍ଲକ ପ୍ରଶାସନ କୁ ଅଭିଯୋଗ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
arpana ratha issues | Argus English