|
logo
Live

Argus News - ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ

Odisha

ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଂଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବାବେଳେ ଯାଜପୁରର ବିଂଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ। ପ୍ରତିବର୍ଷ ମା ଗଜଲଷ୍ମୀ ପୂଜା ଅବସରରେ ସ୍ଥାନୀୟ ଅଂଚଳରେ ରାଜ୍ୟ ସ୍ତରୀୟ ମୁକ୍ତପାଲା ମଣ୍ଡପରେ ମହୋତ୍ସବ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବ ୬ଦିନ ଧରି ଅନୁଷ୍ଠିତ ହୋଇଥିଲା। ଯେଉଁ ପାଲାକୁ ଦେଖିବାକୁ ଆଖ ପାଖ ଅଂଚଳର ତଥା ଅନେକ ଜିଲ୍ଲାର ଦର୍ଶକଙ୍କ ଭିଡ ହେଉଛି । 


ମହୋତ୍ସବର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ ରାଜ କିଶୋର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶୁଭ୍ରାଂଶୁ ରାୟ।  ଏବଂ ସେ ଓଡ଼ିଶାର ଅନନ୍ୟ ଲୋକକଳା ପାଲାକୁ ଉଜ୍ଜୀବିତ କରି ଆସୁଥିବା ଗ୍ରାମର ସମସ୍ତ ଆଧ୍ୟାତ୍ମିକ ଜ୍ଞାନୀ ଗୁଣୀ ଗୁରୁଜନମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ l ଏଥିସହ ମଞ୍ଚରେ ପାଲା ପ୍ରତିଯୋଗିତାର ବିଜେତାଙ୍କ ସମେତ ବହୁ ଜ୍ଞାନୀଗୁଣୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅରେଇରେ ଦୀର୍ଘ ୭୬ ବର୍ଷ ଧରି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଏଠାରେ ପାଲା ସହିତ ଅନ୍ୟ ଲୋକକଳା ପରିବେଶିତ ହୋଇ ଆସୁଛି । ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଛି । ପ୍ରତିବର୍ଷ ଏହି ପାଲା ମହେତ୍ସବକୁ ସମସ୍ତଙ୍କର ଅପେକ୍ଷା ରହିଥାଏ । ତେବେ ଅରେଇରେ ଆୟୋଜକ ମାନଙ୍କଦ୍ୱାରା ଆୟୋଜିତ ହେଉଥିବା ଏଭଳି  ଅନନ୍ୟ କାର୍ଯ୍ୟକ୍ରମ ଯଦି ରାଜ୍ୟର ଅନ୍ୟ ସ୍ଥାନରେ ହୋଇପାରନ୍ତା ତାହାଲେ ଆଧୁନିକତାର ପ୍ରଭାବରେ ଲୋପ ପାଇବାକୁ ବସିଥିବା ଲୋକ ସଂସ୍କୃତି ଏବଂ ପରମ୍ପରା ଆଗକୁ ବଢ଼ିପାରନ୍ତା । 

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ | Argus English