Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସ୍ତା ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ 

Odisha

ରାସ୍ତା ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ରାସ୍ତା ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ 

ଭଦ୍ରକ: ରାସ୍ତା ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ । ବାସୁଦେବପୁର-ଭଦ୍ରକ ମୁଖ୍ୟ ରାସ୍ତାର ଚଉଁରା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । ଦୀର୍ଘ ଦିନ ଧରି  ଅଧା ପନ୍ତରିଆ ହୋଇ ପଡି ରହିଥିବା ରାସ୍ତାର କାମକୁ ତୁରନ୍ତ ସାରିବାକୁ ଦାବି କରିଛନ୍ତି । ପାଖାପାଖି 10 କିଲୋମିଟର ରାସ୍ତାକୁ 8କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ବରାଦ ହୋଇଥିଲା ରାସ୍ତା ନିର୍ମାଣ କରିବାକୁ।  

ହେଲେ ବର୍ଷେ ତଳୁ ଆରମ୍ଭ ହେଇଥିବା ରାସ୍ତାକାମ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଅଧା ପନ୍ତରିଆ ଭାବେ ପଡି ରହିଛି । ଯାହା ଫଳରେ ସାଧାରଣ ଲୋକଙ୍କ ଜାତାୟତରେ ବାଧା ଉପୁଜୁଛି । ଯାହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ କାମଟି ସମୂର୍ଣ୍ଣ ହେଇପାରିଲା ନାହିଁ । ଫଳରେ ଆଜି ବାଧ୍ୟ ହେଇ ଗାଁଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The villagers blocked the road, The villagers blocked the road | Argus English