Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଜଣା ଜନ୍ତୁ ଭୟରେ ଗ୍ରାମବାସୀ ଆତଙ୍କିତ 

Odisha

ଅଜଣା ଜନ୍ତୁ ଭୟରେ ଗ୍ରାମବାସୀ ଆତଙ୍କିତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଜଣା ଜନ୍ତୁ ଭୟରେ ଗ୍ରାମବାସୀ ଆତଙ୍କିତ 

ପୁରୀ: ସତ୍ୟବାଦୀ ଭଣ୍ଡାରୀ ଦଣ୍ଡା ଗ୍ରାମରେ ଅଜଣା ଜନ୍ତୁକୁ ଦେଖି ଆତଙ୍କିତ ଲୋକେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଭୋର 4 ଟା ସମୟରେ ଗ୍ରାମର ଜୈନିକ ମହିଳା ରଙ୍ଗଳତା ବରାଳ ଶୌଚ ହେବା ପାଇଁ ବାଡ଼ି ପଟକୁ ଯିବା ସମୟରେ ଏହି ଜନ୍ତୁ ତାଙ୍କୁ ଆକ୍ରମଣ କରିଥିଲା। ସେ ଭୟରେ ଚିତ୍କାର କରି ଗ୍ରାମବାସୀ ଙ୍କୁ ଡାକିଥିଲ। ପରେ ଗ୍ରାମବାସୀ ଙ୍କ ଦ୍ୱାରା ଏହି ଜନ୍ତୁ କୁ କାବୁ କରାଯାଇ ସ୍ଥାନୀୟ ଅଙ୍ଗନ ବାଡ଼ି କେନ୍ଦ୍ର ରେ ରଖାଯାଇଛି।

ଏହାକୁ ଦେଖିବାକୁ ଆଖ ପାଖ ଅଂଚଳ ଲୋକଙ୍କ ଭିଡ଼ ଜମିଛି। ବନ ବିଭାଗ କୁ ଏନେଇ ଖବର ଦିଆ ଯାଇଛି। ତେବେ ଏହି ଜୀବ ଟିର ନାମ ହନି ବ୍ୟାଜର୍ ବୋଲି  କୁହାଯାଉଛି। ଏହି ହନି ବ୍ୟାଜର୍ (ମେଲିଭୋରା କ୍ୟାପେନସିସ୍), ଯାହାକୁ ରେଟେଲ୍ ମଧ୍ୟ କୁହାଯାଏ। ଆଫ୍ରିକା, ଦକ୍ଷିଣ-ପଶ୍ଚିମ ଏସିଆ ଏବଂ ଭାରତୀୟ ଉପମହାଦେଶରେ ବିସ୍ତୃତ ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହାର ବ୍ୟାପକ ପରିସର ଏବଂ ବିଭିନ୍ନ ବାସସ୍ଥାନରେ ଘଟିଥିବାରୁ ଏହା UCN ରେଡ୍ ତାଲିକାରେ ସର୍ବନିମ୍ନ ଚିନ୍ତା ଭାବରେ ତାଲିକାଭୁକ୍ତ । ମେଲିଭୋରା ବଂଶ ଏବଂ ମୁଷ୍ଟିଲିଡ୍ ସବଫ୍ୟାମିଲି ମେଲିଭୋରିନାରେ ଏହା ଏକମାତ୍ର ଜୀବନ୍ତ ପ୍ରଜାତି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The villagers are terrified of the unknown animal | Argus English