Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ କୁଦୋପାଲି ଗାଁ

Odisha

ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ କୁଦୋପାଲି ଗାଁ

Smruti Parija
Browse all articles by Smruti Parija
·2 years ago·2 min read
ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ କୁଦୋପାଲି ଗାଁ

ଅର୍ଗସ ବ୍ୟୁରୋ: 1857, ଡିସେମ୍ବର 30 । ସ୍ଥାନ ସମ୍ବଲପୁର ଉପକଣ୍ଠ କୁଦୋପଲି । ବୀର ସଂଗ୍ରାମୀଙ୍କ ରକ୍ତରେ ଭିଜିଥିଲା ଗାଁ ଦାଣ୍ଡ । ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା 
ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି... ଉଲି... ଉଲି..., ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି” । ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ । 

ତେବେ ସ୍ୱାଧୀନତା ପରଠୁ ଏହା ଅବହେଳିତ ଓ ସରକାରୀ ଆଖି ଅଢୁଆଳରୁ ଢେର ଦୂରରେ ରହିଛି । ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ । ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । 

ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ । ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ । କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  


 

Sponsored
The village of Kudopali will be inscribed in gold on the pages of history | Argus English