|
logo
Live

Argus News - ଦୁଃଖ କଷ୍ଟ ରେ ଚଳିବା କୁନିନାଲ ଗ୍ରାମବାସୀଙ୍କ ପିଲାବେଳରୁ ଅଭ୍ୟାସ 

Odisha

ଦୁଃଖ କଷ୍ଟ ରେ ଚଳିବା କୁନିନାଲ ଗ୍ରାମବାସୀଙ୍କ ପିଲାବେଳରୁ ଅଭ୍ୟାସ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଦୁଃଖ କଷ୍ଟ ରେ ଚଳିବା କୁନିନାଲ ଗ୍ରାମବାସୀଙ୍କ ପିଲାବେଳରୁ ଅଭ୍ୟାସ 

ନବରଙ୍ଗପୁର: ପ୍ରକୃତିର ସବୁଜିମାରେ ଭରି ରହିଛି ଗାଁଟି ।  ପାହାଡ ପର୍ବତ ଘେରା ମଧ୍ୟରେ ଏହି ଗାଁ ଟି ର ନାଁ ହେଉଛି କୁନିନାଲ ।  ହେଲେ ଅବହେଳିତ ଅବସ୍ଥାରେ ଏହି ଗାଁ। ଘଞ୍ଚ ଜଙ୍ଗଲ ଆଉ ଘନ ଅନ୍ଧାର ହିଁ ଏମାନଙ୍କ ସୁଖ ଦୁଃଖର ସାଥି ହୋଇ ଛିଡା ହୋଇଛି।  ବିକାଶ କଣ ଏମାନେ ଦେଖିନାହାନ୍ତି।  ଭଲ ରାସ୍ତା ନଥିବାରୁ କିଛିଦିନ ତଳେ ଦୁଇ ଦୁଇ ଜଣ ଗର୍ଭବତୀଙ୍କୁ ଅନ୍ଧାର ରାତିରେ ଖଟିଆରେ ପାଖାପାଖି ତିନି କିଲୋମିଟର ବୋହି ନେବା ପରେ ଆମ୍ବୁଲାନ୍ସ ଯୋଗେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କେବଳ ସେତିକି ନୁହେଁ କହିବାକୁ ଗଲେ ଏ ଗାଁ ର କୋମଳମତି ଶିଶୁଙ୍କ ଭବିଷ୍ୟତ ମଧ୍ୟ ସେଇ ଅନ୍ଧାର ମଧ୍ୟରେ ବୁଡ଼ିଯାଇଛି।  ସ୍କୁଲ କଣ ଏମାନଙ୍କୁ ଜଣାନାହିଁ , ଶିକ୍ଷା ତ ଦୂରର କଥା,ଏମାନ ଙ୍କୁ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଵି ଦିଆଯାଉନାହିଁ ପାନୀୟଜଳ ସମସ୍ୟା ତ କହିଲେ ନ ସରେ।  ଗାଁ ଠାରୁ କାହିଁ ଦୂରରେ ତିଆରି ହୋଇଛି ନଳକୂପ ଯେଉଁଠିକୁ ଏକୁଟିଆ ଯିବାକୁ ଭୟ କରନ୍ତି ଏମାନେ। ଆଉ ବର୍ଷା ଦିନ ହେଲେ ସେଇ ଉଠାଣି ରାସ୍ତାରେ ପାଣି ବୋହି ଆଣିବା ବହୁତ କଷ୍ଟ ଦେଉଥିବା କୁହନ୍ତି ଗ୍ରାମବାସୀ ସମସ୍ତଙ୍କ ଭଳି  ଏମାନେ  ମଧ୍ୟ ଭୋଟ ଦେଇଥାନ୍ତି।  ଆଉ ଗଢିଥାନ୍ତି ସରକାର।  କିନ୍ତୁ ସମସ୍ତଙ୍କ ଭଳି ଆମେ  ଏମାନଙ୍କ  ମିଳି ନଥାଏ ସୁବିଧା ସୁଯୋଗ। ସବୁ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି  ବୋଲି କହିଛନ୍ତି ଲୋକ ।

ଏଠି ଜଣକା ପାଞ୍ଚ କିଲୋ ଚାଉଳ ବ୍ୟତୀତ କିଛି ବୁଢା ବୁଢୀଙ୍କୁ ମିଳୁଛି ଭତ୍ତା ହେଲେ ଏହାକୁ ପାଇବା ପାଇଁ ଆଠ କିଲୋମିଟର ପଞ୍ଚାୟତ କାର୍ଯ୍ୟାଳକୁ ଚାଲିକି ଯିବାକୁ ପଡେ। ପ୍ରାୟତଃ ସକାଳରୁ ସଞ୍ଜ ଯାଏଁ ଏହି ପାଞ୍ଚ କେଜି ଚାଉଳ ଲାଗି ଜଣକୁ ଅପେକ୍ଷା କରିବାକୁ ପଡିଥାଏ, ଏଭଳି କଷ୍ଟ ଦୁଃଖରେ ଚଳିବା ଏମାନଙ୍କ ପିଲାବେଳରୁ ଅଭ୍ୟାସ ହୋଇ ଯାଇଥିବା କୁହନ୍ତି ଏମାନେ।  ଗାଁରେ କରେଣ୍ଟ ନଥିବା ବେଳେ ଆଜିକାଲି ଆଉ କିରୋସିନ ଵି ଦିଆଯାଉନାହିଁ ଯାହାକି ସୂର୍ଯ୍ୟାଲୋକରେ ରାତ୍ର ଭୋଜନ ସାରି ଶୋଇଯାଆନ୍ତି ଏମାନେ। ଏମାନଙ୍କ ଦୁଃଖ ଆଉ ଏଇ ଗାଁ ର ସ୍ଥିତି କୁ ଦେଖିଲେ  ରାଜ୍ୟ ସରକାରଙ୍କ ବଡ଼ପଣିଆ ଟା ଜଳ ଜଳ ହୋଇ ଦେଖାଯାଉଛି। ଝାଟିମାଟିର ଘର ଆଉ ଖାଲ ଖମା ରାସ୍ତା ସାଙ୍ଗକୁ  କିଟିକିଟି ଅନ୍ଧାର ଭିତରେ ଏମାନଙ୍କ ଭବିଷ୍ୟତ।  ଏଠଟାକାର ଗ୍ରାମବାସୀ  ସାଧାରଣ ଆବଶ୍ୟକତା କରେଣ୍ଟ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ ଲାଗି ସଂଘର୍ଷ କରୁଛନ୍ତି।  ଏଭଳି ଅନିଶ୍ଚିତତା ଭିତରେ ଆଦିମ ମାନବ ଭଳି ଜୀବନ କାଟୁଛନ୍ତି  କୁନିନାଲ ଗାଁ ର ଗ୍ରାମବାସୀ ।  

ଅଧିକ ପଢନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁଃଖ କଷ୍ଟ ରେ ଚଳିବା କୁନିନାଲ ଗ୍ରାମବାସୀଙ୍କ ପିଲାବେଳରୁ ଅଭ୍ୟାସ  | Argus English