ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ। ରବିବାର ସନ୍ଧ୍ୟା 6ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି, ରାତି ୯ଟା ୪୫ରେ ଟ୍ରେନ ଯୋଗେ ଝାରସୁଗୁଡ଼ା ଗସ୍ତ କରିଥିଲେ। ସକାଳ 5ଟାରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଦିନ ୧୦ଟାରେ ବାମରା ବ୍ଲକର ମହୁଲପାଲିରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ପରେ ସନ୍ଧ୍ୟା 5ଟାରେ ମା' ଘଣ୍ଟେଶ୍ବରୀ ଧନୁଯାତ୍ରା କମିଟି ଦ୍ବାରା ଆୟୋଜିତ ଚିପିଲିମା ଧନୁଯାତ୍ରା ମହୋତ୍ସବରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେହିପରି ସନ୍ଧ୍ୟା 6.30ରେ ସମ୍ବଲପୁର ମାରୱାଡ଼ି ଯୁବ ମଞ୍ଚର କାର୍ଯ୍ୟକ୍ରମରେ ଯୋଗଦେବେ। ରାତି 10ଟାରେ ସମ୍ବଲପୁରରୁ ଟ୍ରେନ ଯୋଗେ ଭୁବନେଶ୍ବର ଫେରିବେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: