Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଢେଙ୍କାନାଳରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ

Odisha

ଢେଙ୍କାନାଳରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ଢେଙ୍କାନାଳରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ

Key Points

•    ଗଜଲକ୍ଷ୍ମୀ ପୂଜା ମଣ୍ଡପ ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ବରା ଖାଇଲେ କେନ୍ଦ୍ରମନ୍ତ୍ରୀ 
•    ବସ ଷ୍ଟାଣ୍ଡ ପୂଜା କମିଟି, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର, ଜବାହାର ଛକ ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିଲେ
•    ମୀନା ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଓ ବାଜି ଛକ ଠାରେ ଥିବା ମାଆ ଗଜଲକ୍ଷ୍ମୀଙ୍କ ମେଢ ଦର୍ଶନ କରିଥିଲେ 
•    ମାତୃଶକ୍ତି ପୂଜନ ହେଉଛି ଓଡ଼ିଆ ଜନଜୀବନର ଅଂଶ ବିଶେଷ 
•    ଢେଙ୍କାନାଳ ପୂଜା ସାରା ଦେଶରେ ପ୍ରସିଦ୍ଧ, ଏହି ପୂଜାକୁ ଲୋକମାନେ ଉତ୍ସାହର ସହ ଅପେକ୍ଷା କରନ୍ତି 
•    ସ୍ଥାନୀୟ ଉତ୍ପାଦ କିଣିବା ସହ ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ
•    ମାଆ ଗଜଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ, ସେ ହେଉଛନ୍ତି ବୈଭବ, ଐଶର୍ଯ୍ୟ ଏବଂ ମଙ୍ଗଳମୟୀ
 

ଅର୍ଗସ ବ୍ୟୁରୋ: ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସାରା ଦେଶରେ ପ୍ରସିଦ୍ଧ । ଏହି ପୂଜାକୁ ଲୋକମାନେ ଉତ୍ସାହର ସହ ଅପେକ୍ଷା କରନ୍ତି । ଏହା ଏକ ସଂସ୍କୃତି ଓ ସଂହତିର ମହୋତ୍ସବ ବୋଲି ଶନିବାର ଢେଙ୍କାନାଳର ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିବା ସହ ମାଆ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବାର ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବସ ଷ୍ଟାଣ୍ଡ ପୂଜା କମିଟି, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର, ଜବାହାର ଛକ ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିଥିଲେ । ସେହିପରି ମୀନା ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଓ ବାଜି ଛକ ଠାରେ ଥିବା ମାଆ ଗଜଲକ୍ଷ୍ମୀଙ୍କ ମେଢ ମଧ୍ୟ ଦର୍ଶନ କରିଥିଲେ । ଗଣେଶ ବଜାର ଗଜଲକ୍ଷ୍ମୀ ପୂଜା କମିଟିର ‘ହୀରକ ଜୟନ୍ତୀ ସମାରୋହ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଶକ୍ତି ପୂଜନ ହେଉଛି ଓଡ଼ିଆ ଜନଜୀବନର ଅଂଶ ବିଶେଷ ଏବଂ ଢେଙ୍କାନାଳର ଲକ୍ଷ୍ମୀପୂଜା ଏକ ସଂସ୍କୃତି ଓ ସଂହତିର ମହୋତ୍ସବ । ମାଆ ଗଜଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ । ସେ ହେଉଛନ୍ତି ବୈଭବ, ଐଶର୍ଯ୍ୟ ଏବଂ ମଙ୍ଗଳମୟୀ । 
ଓଡ଼ିଶା ଓ ଦେଶର ଅର୍ଥନୀତିକୁ ବଡ କରିବାରେ ଢେଙ୍କାନାଳର ଅବଦାନ ଅନେକ । ଦଶନ୍ଧି ଦଶନ୍ଧି ଧରି ଏଟାରେ ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି । ଆଜି ପୂଜାରେ ଢେଙ୍କାନାଳ ଉତ୍ସବମୁଖ ହୋଇଛି। ଏହି ସମୟରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆମେ ଆମ ଅଞ୍ଚଳର ସ୍ଥାନୀୟ ଉତ୍ପାଦ କିଣିବା ସହ ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ଦରକାର । ଅପାର କରୁଣାମୟୀ ମାଆ ଗଜଲକ୍ଷ୍ମୀ, ସମସ୍ତଙ୍କ ପରିବାରରେ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆଣି ଦିଅନ୍ତୁ ବୋଲି ଏହା କାମନା।

ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିବା ଅବସରରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳର ପ୍ରସିଦ୍ଧ ବରା ଖାଇବା ସହ ନିଜର ପିଲାଦିନର ସ୍ମୃତିକୁ ମନେପକାଇଥିଲେ। ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
The Union Minister visited | Argus English