|
logo
Live

Argus News - ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Odisha

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରାମନଗରୀ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜି ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ଦର୍ଶନ କରିବା ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହୋଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରିଥିଲେ  । ପରେ କଟକ ଶିଖରପୁର କାଳିଆବୋଦା ସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେଇଥିଲେ । ଗୋପୀନାଥପୁର ବାବା ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଭକ୍ତମାନଙ୍କ ଗହଣରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦେଖିଥିଲେ । ଏହା ପରେ ସାଲେପୁର ମାଳିହତା ଗାଁରେ ଶ୍ରୀ ବଦ୍ରିନାରାୟଣ ଦେବ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ସମଗ୍ର ଭାରତବର୍ଷ ଶତାବ୍ଦୀ ଶତାବ୍ଦୀ ଧରି ଉତ୍ସାହର ସହ ଅପେକ୍ଷା କରିଥିବା ଦିନଟି ଉପନୀତ ହୋଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଅଲୌକିକ ମୁହୂର୍ତ୍ତ ଦେଶବାସୀଙ୍କୁ ଭାବପ୍ରବଣ କରିଛି । ସାଂସ୍କୃତିକ ପୁନଃଜାଗରଣର ନୂଆ ଯୁଗର ଶୁଭାରମ୍ଭ ହୋଇଛି । ଆଜିର ଦିନ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଭୁ ଶ୍ରୀରାମ ଭାରତ, ଭାରତୀୟ ଏବଂ ବିଶ୍ୱର ରାମ ଭକ୍ତମାନଙ୍କ ହୃଦୟରେ ବାସ କରନ୍ତି । ସାରା ଦେଶ ରାମମୟ ହୋଇଛି । ଆଜି ଗାଁରୁ ଅଯୋଧ୍ୟା ପର୍ଯ୍ୟନ୍ତ ରାମଧ୍ୱନୀ ସମାଜରେ ଦିବ୍ୟ ଚେତନା ଜାଗ୍ରତ କରିଛି । ପୂଜ୍ୟ ସାଧୁ ସନ୍ଥ ମାନଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକମାନେ ନିଜକୁ ଏହି ଭବ୍ୟ ସମାବେଶରେ ସାମିଲ କରିଛନ୍ତି । ଆଜି ଏକ ମହାନ ଓ ସ୍ମରଣୀୟ ଅବସର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାମ ମନ୍ଦିର ନିର୍ମାଣ ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଥିବା ସମସ୍ତ ରାମ ଭକ୍ତ ଓ ସନ୍ଥମାନଙ୍କୁ ପ୍ରଣାମ । ସେମାନଙ୍କ ତପସ୍ୟା, ଧୈର୍ଯ୍ୟ ଓ କଠିନ ପରିଶ୍ରମ ଯୋଗୁଁ ଶ୍ରୀରାମ ଜନ୍ମଭୂମିରେ ଭଗବାନ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ହୋଇପାରିଛି । ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ଆଶୀର୍ବାଦରୁ ଆମ ସମାଜ ଆହୁରି ସମୃଦ୍ଧ ଏବଂ ମଙ୍ଗଳମୟ ହେଉ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
 

Sponsored
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ | Argus English