Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୁଢ଼ାଗଡ଼ିଆ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

Odisha

ବୁଢ଼ାଗଡ଼ିଆ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ବୁଢ଼ାଗଡ଼ିଆ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକରେ ଥିବା ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ ସ୍ମୃତି କମିଟି ଓ ପୂଜ୍ୟ ପୂଜା ସଂସଦ ଆନୁକୂଲ୍ୟରେ ଆଜି ଗୋବିନ୍ଦପୁର ପଞ୍ଚାୟତ ଅଧିନ ବୁଢ଼ାଗଡ଼ିଆ ଠାରେ ମୁକୁନ୍ଦ ପ୍ରସାଦ ଦାସ ସ୍ମୃତି କମିଟିର ସମ୍ପାଦକ ତଥା ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ନିଶୁଳ୍କ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଏହି ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥିଭାବେ ଆଦିବାସୀ ବ୍ୟାପାର ତଥା ଜଳଶକ୍ତି ବିଭାଗର ମାନ୍ୟବର କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ନୀଳଗିରି ବିଧାୟକ ଶୁକାନ୍ତ ନାୟକ, ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକ, ପୂଜ୍ୟପୂଜା ସଂସଦର ସଭାପତି ସୁଦାମ ଚରଣ ରାଉତ, ସ୍ୱାସ୍ଥ୍ୟ ଶିବିର କମିଟିର ଆବାହକ ଉପେନ୍ଦ୍ର ଭୂୟାଁ, ଅଭିରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟଶିବିରରେ ଭୁବନେଶ୍ୱର ସନସାଇନ୍ ମେଡିକାଲର ଚର୍ମ,ମେଡିସିନ୍,ହାଡ଼ଭଙ୍ଗା, ଆଣ୍ଠୁଗଣ୍ଠି, ହାର୍ଟ, ଚକ୍ଷୁ,ଦାନ୍ତ ଓ ନାସା,ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇବେଟିସ୍ ଏବଂ ସ୍ନାୟୁ ରୋଗ ବିଭାଗର ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Minister | Argus English