Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପବିତ୍ର ମୋହନ ପ୍ରଧାନ ହସ୍ପିଟାଲକୁ ତୁରନ୍ତ ମେଡିକାଲ କଲେଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର

Odisha

ପବିତ୍ର ମୋହନ ପ୍ରଧାନ ହସ୍ପିଟାଲକୁ ତୁରନ୍ତ ମେଡିକାଲ କଲେଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·4 min read
ପବିତ୍ର ମୋହନ ପ୍ରଧାନ ହସ୍ପିଟାଲକୁ ତୁରନ୍ତ ମେଡିକାଲ କଲେଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ଅନୁଗୋଳ ଜିଲ୍ଲା ତାଳଚେରରେ ଭାରତ ସରକାରଙ୍କ ଖର୍ଚ୍ଚରେ ନିର୍ମିତ ହୋଇଥିବା ନୂତନ ମେଡିକାଲ ତଥା ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ହସ୍ପିଟାଲଟି ପ୍ରଥମ ଦିନରୁ ହସ୍ପିଟାଲ ସହ ମେଡିକାଲ କଲେଜ ଭାବରେ ଶୁଭାରମ୍ଭ ହୋଇଥିଲେ ଭଲ ହୋଇଥା’ନ୍ତା । ଏହା ସ୍ଥାନୀୟ ଲୋକଙ୍କ ଅପେକ୍ଷା ଥିଲା । ରାଜ୍ୟ ସରକାର ଅବିଳମ୍ବେ ପବିତ୍ର ମୋହନ ପ୍ରଧାନ ହସ୍ପିଟାଲକୁ ତୁରନ୍ତ ମେଡିକାଲ କଲେଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ହସ୍ପିଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସ୍ତାବ ଦେବା ସହ କହିଛନ୍ତି ଯେ ଆଜିର ଦିନ ଆମ ସମସ୍ତଙ୍କ ପାଇଁ ବିଶେଷ ଭାବରେ ଅନୁଗୋଳ ଓ ତାଳଚେରବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ସମସ୍ତଙ୍କ ପ୍ରେରଣାର ସ୍ରୋତ ପବିତ୍ର ମୋହନ ପ୍ରଧାନଙ୍କ ନାଁରେ ମେଡିକାଲ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ତେବେ ଏହି ହସ୍ପିଟାଲଟି ପ୍ରାରମ୍ଭରୁ ହସ୍ପିଟାଲ ସହ ମେଡିକାଲ କଲେଜ ନାଁରେ ହୋଇଥିଲେ ଭଲ ହୋଇଥାନ୍ତା । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ତୁରନ୍ତ ଦରଖାସ୍ତ ରୁହନ୍ତୁ । ନ୍ୟାସନାଲ ମେଡିକାଲ କମିଶନର ମାଧ୍ୟମରେ ଯଥାଶୀଘ୍ର ପବିତ୍ର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଇଲେ ହିଁ ଉଚିତ୍ ରହିବ । ସରକାର ଆପ୍ଲିକେସନ ପଠାଇବା ପାଇଁ ବିଳମ୍ବ କରନ୍ତୁ ନାହିଁ । କେବଳ ମେଡିକାଲ କହିଲେ ଲୋକଙ୍କ ଅପେକ୍ଷା ପୂରଣ ହେବ ନାହିଁ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏମସିଏଲ  ସହଯୋଗରେ ଏହି ହସ୍ପିଟାଲ ନିର୍ମିତ ହୋଇଛି । ଏହି ହସ୍ପିଟାଲ ପାଇଁ ୨୦୧୫ ସେପ୍ଟେମ୍ବର ୦୩ରେ ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପିୟୂଷ ଗୋଏଲଙ୍କ ଉପସ୍ଥିତିରେ  କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ଓ କୋଲ ଇଣ୍ଡିଆ ଦ୍ୱାରା ଭୂମିପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେତେବେଳେ ସେଠାରେ ଅବସ୍ଥିତ ପୁରୁଣା ହସ୍ପିଟାଲରେ ୧୦୦ ବେଡ୍ ଥିବାବେଳେ ଏମସିଏଲ ପକ୍ଷରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ୩୩୦ ବେଡ୍ ସଂଖ୍ୟା ପର୍ଯ୍ୟନ୍ତ ବଢାଯାଇଥିଲା ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ସୁବିଧା କରାଯାଇଥିଲା । ୨୦୧୯ ମାର୍ଚ୍ଚ ୫ରେ ମେଡ଼ିକାଲ କଲେଜର ନୂତନ ଭବନ ପ୍ରାୟ ୧୦ ଏକର ପରିମିତି ଜମିରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ(ମିମସାର)ର  ଉଦଘାଟନ କରାଯାଇଥିଲା । ପରେ ଏମଏସିଏଲ ପକ୍ଷରୁ ମେଡିକାଲକୁ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ପ୍ରାୟ ୬୨୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ମଧ୍ୟ ପୂରଣ କରାଯାଇଥିଲା। ଅର୍ଥାତ୍ ଭାରତ ସରକାର ତଥା ଏମସିଏଲ ପୁରୁଣା ମେଡିକାଲ କଲେଜର ଅପଗ୍ରେଡେସନ ପାଇଁ ୫୦୦ କୋଟି, ଲୋକାର୍ପିତ ନୂଆ ମେଡିକାଲ କଲେଜ ପାଇଁ ୫୦୦ କୋଟି ଓ ମେଡିକାଲକୁ ୫ ବର୍ଷ ପର୍ଯ୍ୟନ୍ତ ଚଲାଇବା ପାଇଁ ପ୍ରାୟ ୬୨୮ କୋଟି ଟଙ୍କା ଅର୍ଥାତ୍ ସର୍ବମୋଟ ୧୬୨୮ କୋଟିରୁ ଅଧିକ ଟଙ୍କା ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଖର୍ଚ୍ଚ କରିଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନରେନ୍ଦ୍ର ମୋଦିଙ୍କ ସରକାର ପଞ୍ଚଦ୍ଦଶ ଅର୍ଥ କମିଶନରେ ସ୍ୱାସ୍ଥ୍ୟ ସୁବିଧା ସମ୍ପ୍ରସାରଣ ପାଇଁ ଓଡ଼ିଶାର ଗ୍ରାମୀଣ ସ୍ଵାସ୍ଥ୍ୟ ସୁବିଧା ପାଇଁ ପ୍ରାୟ ୧୮୮୨ କୋଟି ଟଙ୍କା, ଜାତୀୟ ସ୍ଵାସ୍ଥ୍ୟ  ମିଶନରେ ଓଡ଼ିଶାକୁ ୫୦୦୯ କୋଟି ଟଙ୍କା, ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର, ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର,ମିଶନ ଇନ୍ଦ୍ରଧନୁଷରେ ଆର୍ଥିକ ସୁବିଧା ଓ ସହଯୋଗ ଯୋଗାଇ ଦେଉଛନ୍ତି । ରାଜ୍ୟରେ ୭ଟି ମେଡିକାଲ କଲେଜର ସିଂହ ଭାଗ ପଇସା ମୋଦି ସରକାର ଦେଇଛନ୍ତି । ଏହାବ୍ୟତିତ ସୁନ୍ଦରଗଡରେ ଏନଟିପିସି ଦ୍ୱାରା ଓ ରାଉରକେଲାରେ ସେଲ୍ ଦ୍ୱାରା ସୁପର ହସ୍ପିଟାଲ ତଥା ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ କରି ଭାରତ ସରକାର ସ୍ୱାସ୍ଥ୍ୟସେବାରେ ବଡ ଭୂମିକା ନେଇଛନ୍ତି । କରୋନା ସମୟରେ ଏମସିଏଲ ଓଡ଼ିଶାର ତାଳଚେର, ଝାରସୁଗୁଡା, ଭୁବନେଶ୍ୱର ସମେତ ଅନେକ ସ୍ଥାରେ ୩୩୦ କୋଟି ଟଙ୍କା ଖର୍ଚ୍ଚ କରି ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବାରେ ବଡ ଦାୟିତ୍ୱ ନେଇଥିଲା ।    

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାରଙ୍କ ନୀତି ତଥା ସଂସ୍କାର କାରଣରୁ ଅନୁଗୋଳରେ କୋଇଲା ଉତ୍ପାଦନ ବଢିବା ସହ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଅର୍ଥନୀତି ମଜଭୂତ୍ ହେଉଛି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳ ଗତ ୯ ବର୍ଷରେ ଓଡ଼ିଶାକୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ଦେଇଛି । ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ଅଧିକରୁ ଅଧିକ ସୁବିଧା ଦେବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି । ମୋଦି ସରକାର ଡିଏମଏଫର ବ୍ୟବସ୍ଥା ଦେଇଛନ୍ତି । ଓଡ଼ିଶାକୁ  ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ଏଯାବତ ମୋଟ ୨୩,୧୨୦ କୋଟି ଟଙ୍କାର ଅନୁଦାନ ମିଳିପାରିଛି । ଅନୁଗୁଳ ଜିଲ୍ଲା ପାଇଁ ଡିଏମଏଫରେ ଏଯାବତ ୨୫୦୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଅନୁଗୋଳ ଜିଲ୍ଲାର ଲୋକଙ୍କ ପାଇଁ ପିଇବା ପାଣି, ସ୍ୱାସ୍ଥ୍ୟ ସୁବିଧା ସହ ପାଠପଢା ଓ ମୌଳିକ ସୁବିଧାର ବ୍ୟବସ୍ଥା କରିଛନ୍ତି ମୋଦି ସରକାର । ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ପାଇଁ ମୋଦି କଳ୍ପନା କରିଛନ୍ତି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଓଡ଼ିଶା ସରକାର ଓ କୋଇଲା ଓ ଖଣି ମନ୍ତ୍ରୀ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

Sponsored
The Union Minister at the inauguration program of Talcher Sahalvi Mohan Pradhan Hospital | Argus English