|
logo
Live

Argus News - ମହୁଲପାଲିରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Odisha

ମହୁଲପାଲିରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ମହୁଲପାଲିରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସମ୍ବଲପୁର:  ସମ୍ବଲପୁର ବାମରା, ଚିପିଲିମା ଏବଂ ଲାରପଙ୍କ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ଲୋକଙ୍କୁ ଶପଥ ପାଠ କରାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ଭର୍ଚୁଆଲରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ କରିଲେ ଆହ୍ବାନ  ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ଭର୍ଚୁଆଲ ମୋଡ୍‌ରେ ଚାଷୀଙ୍କ ସହ କଥା ହୋଇ ଚାଷୀଙ୍କ ସମସ୍ୟା ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।  ଜୈବିକ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ।

 ସେହିପରି ଆଜି ସମ୍ବଲପୁର ମହୁଲପାଲି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ର ସରକାରଙ୍କ ଯୋଜନା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଷ୍ଟଲ ପରିଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।  ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ଲୋକଙ୍କୁ ଶପଥ ପାଠ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ । 2047 ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଶପଥ ନେଇଛନ୍ତି ହଜାର ହଜାର ଜନତା ।  ଏଭଳି କାର୍ଯ୍ୟକ୍ରମ ଭବିଷ୍ୟତକୁ ସଂକେତ ଦେଉଛି । ଦେଶରେ ବିକାଶ ଏବଂ ଗରିବ କଲ୍ୟାଣ ଜାରି ରହିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପରେ ତିଆରି ହୋଇଥିବା କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହୁଲପାଲିରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ | Argus English