|
logo
Live

Argus News - ଆଜି ମାଲକାନଗିରିରେ ହେଲା ବିମାନର ଟ୍ରାଏଲ ରନ

Odisha

ଆଜି ମାଲକାନଗିରିରେ ହେଲା ବିମାନର ଟ୍ରାଏଲ ରନ

Ritu Das
Browse all articles by Ritu Das
·2 years ago·1 min read
ଆଜି ମାଲକାନଗିରିରେ ହେଲା ବିମାନର ଟ୍ରାଏଲ ରନ

ଅର୍ଗସ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ବଡ ଯୋଜନା ଉଡେ ଦେଶ କି ଆମ ନାଗରିକ - ଉଡାଣ । ଏହି ଯୋଜନାରେ ମାଲକାନଗିରି ଉଡିବାକୁ ଯାଉଛି ବିମାନ। କେନ୍ଦ୍ର ସରକାରଙ୍କ udan 5.0 ଯୋଜନାରେ ବନ୍ୟଜନ୍ତୁ ଅଭୟାରଣ୍ୟ , ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥ ସ୍ଥାନକୁ ସଂଯୋଗ କରିବାକୁ ଏହି ଯୋଜନା ହୋଇଥିବା ବେଳେ ଗୋଟିଏ ସମୟରେ ବାରିପଦା , କୋଣାର୍କ , ହୀରାକୁଦ ଓ ମାଲକାନଗିରିକୁ ଏହି ଯୋଜନାରେ ସାମିଲ କରିଥିଲେ କେନ୍ଦ୍ର ସରକାର। 

ବହୁ ପୂର୍ବରୁ କେନ୍ଦ୍ର ସରକାର ଏହି ଯୋଜନାରେ ମାଲକାନଗିରି ଜିଲ୍ଲାକୁ ସାମିଲ କରିଥିବା ବେଳେ ଏବେ ମାଲକାନଗିରିରେ ଏୟାରପୋର୍ଟ କାମ ସରିଛି । ଆଉ ଆଜି ହେଉଛି ଟ୍ରାଏଲ ରନ। ଏୟାରପୋର୍ଟ ଅଥିରିଟି ଅଫ ଇଣ୍ଡିଆର କର୍ମଚାରୀ ମାନେ ମାଲକାନଗିରିରେ ଆଜି ବିମାନ ଅବତରଣ କରିଥିବା ବେଳେ ରନଓ୍ବେର ଯାଞ୍ଚ ଚାଲିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ମାଲକାନଗିରିରେ ହେଲା ବିମାନର ଟ୍ରାଏଲ ରନ | Argus English