Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯୁବକଙ୍କୁ ଦଳିଦେଲା ଦନ୍ତା

Odisha

ଯୁବକଙ୍କୁ ଦଳିଦେଲା ଦନ୍ତା

Ritu Das
Browse all articles by Ritu Das
·2 years ago
ଯୁବକଙ୍କୁ ଦଳିଦେଲା ଦନ୍ତା

ଅର୍ଗସ ବ୍ୟୁରୋ: ହାଟରୁ ଫେରିବା ସୟରେ ଦଳି ଦେଲା ଦନ୍ତା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରିଡ଼ାଯୋଡ଼ି ଗାଁର ମିଥୁନ ମୁଣ୍ଡା। ଗତକାଲି ସନ୍ଧ୍ୟାରେ ସେ ଅନ୍ୟ ୩ ଜଣଙ୍କ ସହ ମରସୁଆଁ ହାଟରୁ ଫେରୁଥିଲେ। ତେବେ ଗାଁ ଆଉ ଅଳ୍ପ ବାଟ ଥିବାବେଳେ, ବିନୋଦବିହାରୀପୁର ନିକଟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । 

୩ ଜଣ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଥିବା ବେଳେ ମିଥୁନ ମୁଣ୍ଡାକୁ ହାତୀ ଦଳି ଦେଇଥିଲା । ଫଳରେ  ଘଟଣା ସ୍ଥଳରେ ମିଥୁନଙ୍କର ମୃତ୍ୟୁ ଘଟିଥିଲା । ଏନେଇ  ଜଣାପଡ଼ିବା ପରେ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ପଠାଇ ଥିବା ଜଣାପଡିଛି। ବାଲିବନ୍ଧ ସେକ୍ସନରେ ଏବେ  ୧୯ଟିକିଆ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The the young | Argus English