Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଦି ମାଡ଼ ମାରିଥିବା ଅଭିଯୋଗ

Odisha

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଦି ମାଡ଼ ମାରିଥିବା ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago
ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଦି ମାଡ଼ ମାରିଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ : ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର । ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଦି ମାଡ଼ ମାରିଥିବା ଅଭିଯୋଗ । ଆସିକା ଥାନା  ମୁକୁନ୍ଦପୁର ଗ୍ରାମର ତୃତୀୟ ଶ୍ରେଣୀର ଛାତ୍ର ଆୟୁଷ ଜେନା ସ୍କୁଲ ଶିକ୍ଷୟତ୍ରୀଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ଭୁଲକୁ ନେଇ ଦିଦି ଯସସ୍ମୀନି ପଟନାୟକ ମୁଣ୍ଡକୁ ବାଡେଇ ଥିବା ସୂଚନା ରହିଛି । 

ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ସହ ଦେହରେ ବି ଆଘାତ ଲାଗିଛି ।  ଏପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି । ଗାଁ ଲୋକେ ମଧ୍ୟ ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇଥିବା ବେଳେ ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଛି । ଆୟୁଷଙ୍କ ଘର ଲୋକଙ୍କ ପକ୍ଷରୁ ଆସିକା ଥାନାରେ ଦିଦିଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The student is serious about the teacher | Argus English